ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର : ଅଧିକାରୀ ବିଳମ୍ବରେ ପହଞ୍ଚିବାରୁ ଜନସାଧାରଣ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଏଥିଲାଗି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ୧୨.୩୦ଟାରେ ବିଳମ୍ବରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସ୍‌ପି । ଫଳରେ ଏହି କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଦୂର ଦୁରାନ୍ତରୁ ଲୋକେ ପିଲା ଛୁଆ ସାଙ୍ଗରେ ନେଇଁ ଅଭିଯୋଗ କରିବାକୁ ଆସିଥିବାବେଳେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଦେଖା ଦର୍ଶନ ନାହିଁ । ଜନଶୁଣାଣୀ ଆରମ୍ଭ କରାଯାଇଛି ସତ ହେଲେ ଜନଶୁଣାଣୀ ପାଇଁ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ସକାଳ ୧୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣିକୁ ଜିଲ୍ଲାପାଳ ଓ ଏସ୍‌ପି ବିଳମ୍ବରେ ଆସିଥିଲେ ମଧ୍ୟ ଜନସାଧାରଣ ତାଙ୍କୁ ଅପେକ୍ଷା କରି ହନ୍ତସନ୍ତ ହୋଇ ସେମାନଙ୍କ ଅଭିଯୋଗ ପତ୍ର ଦେବା ସାର ହୋଇଛି । ସକାଳ ୮ଟାରୁ ଜିଲ୍ଲାପାଳଙ୍କୁ ଅପେକ୍ଷା କରି ନିଜର ରାସନ କାର୍ଡ ସମ୍ବନ୍ଧରେ ଅଭିଯୋଗ ନେଇଁ ଜଣେ ମହିଳାଙ୍କୁ ଖପ୍ରାଖୋଲ ଯୋଗାଣ ବିଭାଗ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ନେଇ ଆସିଥିବା ମାଁ ଏବଂ ଝିଅ ତାଙ୍କ ପରିବାରକୁ ତ୍ୱରିତ ନ୍ୟାୟ ଦେବା ପାଇଁ ନିବେଦନ କରିଥିବା ଦେଖାଯାଇଛି । ସେହିପରି ଯେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଇଛି ସେମାନେ ଦିନ ୧୨:୩୦ ପରେ ପହଞ୍ଚିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

jittmm
Leave A Reply

Your email address will not be published.