oom

ରୋଟାରୀ କ୍ଲବ ସମୁହ ଦ୍ୱାରା ନିଃଶୁଳ୍କ ରକ୍ତଦାନ ଶିବିର

jsmm
  • ୭୫ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଥିବା ସମସ୍ତ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରଠାରେ ଆୟୋଜିତ ଏହି ଶିବିରରେ ପ୍ରାୟ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ଓ ରାଉରକେଲା ରୋଟାରୀ କ୍ଲବ ଅଫ୍ ଷ୍ଟିଲ ସିଟିର ସଭାପତି ରୋଟାରିଆନ ବିଣାପାଣି ରଥ, ରୋଟାରିଆନ ରଶ୍ମି ମିଶ୍ରଙ୍କ ସମେତ ବିଭିନ୍ନ କ୍ଲବର ସଭାପତି ଓ ସମ୍ପାଦକ ତଥା ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ରାଉରକେଲା ଶାଖା, ଆଇସିଏଆଇ ରାଉରକେଲା, ରୋଟାରୀ କ୍ଲବ ସମୁହ ଯଥା ରାଉରକେଲା ସେଣ୍ଟ୍ରାଲ, ରାଉରକେଲା ମାର୍ବଲ, ରାଉରକେଲା ମିଡ୍ ଟାଉନ, ରାଉରକେଲା କୁଇନ୍ସ, ରାଉରକେଲା ରିଭରସାଇଡ, ରାଉରକେଲା ରୟାଲ୍ସ, ରାଉରକେଲା ସୁପରଷ୍ଟାର, ରାଉରକେଲା ଭାଇବ୍ରାଣ୍ଟ, ରାଉରକେଲା ଷ୍ଟିଲ ସିଟି, ରାଉରକେଲା ଅର୍ବାନ,ଇନରହୁଇଲ କ୍ଲବ୍ ଅଫ୍ ରାଉରକେଲା,ଇନର ହୁଇଲ କ୍ଲବ୍ ଅଫ୍ ରିଭରସାଇଡର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଶ୍ୱ ଡାକ୍ତର ଦିବସ ଉପଲକ୍ଷେ ଆରଜିଏଚର ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ରୋଟାରୀଆନ କୁଲଜିତ କୈାର ସିଦ୍ଧୁ, ସନ୍ଧ୍ୟାରାଣୀ ବରାଳ, କାବେରୀ ବାନାର୍ଜୀ, ଲଳିତା ମୁଦାଲି, ସରିତା ମଲ୍ଲ, ଅଞ୍ଜଳି ଶତପଥୀ, ସଞ୍ଜୟ ମହାନ୍ତି, ଅସିମା ମିଶ୍ର, ନମିତା ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ରୋଟାରୀ କ୍ଲବ ରାଉରକେଲା ରିଭରସାଇଡର ପ୍ରତିଷ୍ଠା ଦିବସ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ପାଳିତ ହୋଇଯାଇଛି । ଏଥିରେ ବିଦାୟୀ ସଭାପତି ସନ୍ତୋଷ କୁମାର ମିଶ୍ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବା ଶଙ୍କର ପ୍ରସାଦ ତ୍ରିପାଠୀଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.