ମ.ରାମପୁର, (ପି.କେ ସାହୁ) : ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରବରେ ବ୍ୟକ୍ତିଗତ ୨୪ ଓ ଗୋଷ୍ଟିଗତ ୨ ଗୋଟି ମିଶି ମୋଟ ୨୬ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ସମସ୍ୟାର ସାଙ୍ଗେସାଙ୍ଗ ସମାଧାନ ହୋଇଥିଲା ବୋଲି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ ସୂଚନା ଦେଇଛନ୍ତି । ଏଥିରେ ବିଡ଼ିଓ ସବ୍ୟସାଚୀ ବେହେରା, ସ୍ଥାନୀୟ ସରପଞ୍ଚ ସସ୍ମିତା ନାଗ, ଜିପିଓ କୁଳମଣି ସିଂ ରାୟ, ଯୋଗାଣ ନିରୀକ୍ଷକ ସୃତି ରଞ୍ଜନ ଜେନା, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ, ଏ ପି ଓ. ଅଭିଳାସା ସିଂଦେଓ, ଭତ୍ତା ବିଭାଗରୁ ଜୟ ସିଙ୍ଗ ମହାଖୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Prev Post