oom

ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର କୁଟାସିଂହା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରପଂଚ ଶ୍ରୀ ଡିଗ୍ରି ମେହେରଙ୍କ ଅଧ୍ୟକ୍ଷତାରେ ଆଗଲପୁର ବିଡିଓ ମହାପାତ୍ର କୁଳଦୀପ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ମୋଟ ୨୫ ଗୋଟି ଅଭିେଯାଗ ପାନୀୟ ଜଳ, ବାର୍ଧକ୍ୟ ଭତ୍ତା, ଜମି ଉନ୍ନତି କରଣ, ହରିଶ୍ଚନ୍ଦ୍ର ଯୋଜନା, ରାସ୍ତା ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପଂଜିକ୍ରୁତ ହୋଇ ଶୁଣାଣି ହୋଇଥିବା ବିଭାଗିୟ ସୂତ୍ରରୁ ସୂଚନା ମିଳିଛି । ଉକ୍ତ ଶିବିରଟି ପଂଚାୟତ ଅଧିକାରି ସୁଶାନ୍ତ ଯୋଷିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଆଗଲପୁର ବ୍ଲକରୁ ଜିପିଓ ସୌଭାଗ୍ୟ ପଧାନଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.