ତୁଷୁରା, (କେପିଏନ୍ଏସ୍) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ, ବଲାଙ୍ଗିରଙ୍କ ଦ୍ୱାରା ଗୁଡଭେଲା ବ୍ଲକ ସଂଯୋଜିକା ଐଶ୍ୱର୍ଯ୍ୟ ସାମ୍ରାଜ୍ଞୀ ମିତ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆପଡା ପଞ୍ଚାୟତ ହାଇସ୍କୁଲ ଠାରେ ଗୁଡଭେଲା ବ୍ଲକର ୩୩ଜଣ ପ୍ରଧାନ ଶିକ୍ଷକଙ୍କୁ ନେଇ ଗତ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ବିଇଓ ନମିତା ରାଣୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରକୁ ଉଦ୍ଘାଟନ କରିଥିଲେ । ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମରୁ ମିଳିଥିବା ଅଭିଜ୍ଞତାକୁ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ସାଧନକର୍ମୀ ତଥା ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିବା ବେଳେ ସାଧନ କର୍ମୀ ଦୁତିଆ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସାଧନ କର୍ମୀ ରୋଲିନା ମାଝୀ ଓ ଦୀପାଞ୍ଜଳି ଛତ୍ରିଆ ତାଲିମ ପରିଚାଳନା କରିଥିଲେ । ଏବିଇଓ ସୁରେନ୍ଦ୍ର ସୁନା ଓ ବିପିନ ବାଗ ବିଭିନ୍ନ ସମୟରେ ପରିଦର୍ଶନରେ ଆସି ତାଲିମ ତଦାରଖ କରୁଥିଲେ । ସିଆର୍ସିସି ଜଗମୋହନ ତ୍ରିପାଠୀ ଭେନ୍ୟୁ ଇନ୍ଚାର୍ଜ ଭାବେ ଦାୟିତ୍ୟ ତୁଳାଉଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର ଓ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ ।