ଆଇନ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ବିଷୟ ବସ୍ତୁ ଥିଲା “ଯୌନ ନିର୍ଯ୍ୟାତନା ଏବଂ ସୋସିଆଲ ମିଡିଆର ସୁରକ୍ଷା ଓ ବ୍ୟବହାର” । ଏହି ଶିବିରରେ ମୁଖ୍ୟବକ୍ତା ଭାବେ ଫ୍ୟାମିଲି ଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକାରୀ ହିମାଂଶୁ ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଜଜ୍‌ ପବିତ୍ରାନନ୍ଦ ପ୍ରଧାନ, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଛାତ୍ରଛାତ୍ରୀ ଏବଂ କୋର୍ଟର କର୍ମଚାରୀଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସହକାରୀ ପ୍ରଧ୍ୟାପକ ମନିନ୍ଦର ସିଂ ହଂସପାଲ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.