ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝରିଆଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଭରଦ୍ୱାଜ ଗହୀରଙ୍କ ସଭାପତିତ୍ୱରେ ବିଡ଼ିଓ ବିଜୟ ହୋତା, ଜିପିଡିଓ ପୁରୁଷୋତ୍ତମ ମାଝୀ, ସମିତି ସଭ୍ୟ ରାଜୁ ହାତୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟତଃ ଭତ୍ତା, ରାସନ କାର୍ଡ, ଘର ସହ ବିଭିନ୍ନ ଯୋଜନା ପାଇଁ ଲୋକେ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଦୃଷ୍ଟି ଆକର୍ଷଣ କରିଥିଲେ । ଝରିଆଲ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂକୀର୍ତ୍ତନ ମାଝୀଙ୍କ ସହ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏଥିରେ ପଞ୍ଚାୟତର ସମସ୍ତ ଗ୍ରାମର ହିତାଧିକାରୀ ମାନେ ସାମିଲ ହୋଇ ନିଜ ନିଜର ଅଭିଯୋଗ କରିଛନ୍ତି ।
Prev Post