oom

ସେଞ୍ଚୁରିଅନ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ୨୦୨୪-୨୫ ଆରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ର, ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ । ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି. ଏମ୍‌)ର କର୍ତ୍ତୃପକ୍ଷ ଗ୍ରୀଷ୍ମ ଶିବିର ବା ସମର୍‌କ୍ୟାମ୍ପର ପରିକଳ୍ପନା କରିଥିଲେ ଯାହା ଆଜି ସେଞ୍ଚୁରିଅନ ବିଦ୍ୟାଳୟ, ବ୍ଲସମ୍‌ କନ୍‌ସେପ୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ହେଲୋ କିଡ଼୍‌ସ୍‌ର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଉଦ୍‌ଘାଟିତ ହୋଇଥିଲା । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା । ଶିବିରର ଉଦ୍ଦେଶ୍ୟ ଥିଲା, ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାରର କଳା ଓ କୌଶଳର ଶିକ୍ଷା ଦେବା । ଏହି କ୍ରମରେ ପିଲାମାନଙ୍କୁ ଯୋଗାଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ଯେପରି ହେଙ୍କି ପେଣ୍ଟିଙ୍ଗ, ଲାଙ୍ଗୁଏଜ୍‌ ଲାବ୍‌, ରୋବୋଟିକ୍‌ସ୍‌, ପଟ୍‌ ପେଣ୍ଟିଙ୍ଗ ସାଇନ୍ସ ମ୍ୟାଜିକ୍‌, ନନ୍‌ଫ୍ଲେମ୍‌ କୁକିଙ୍ଗ, ବେଦିକ୍‌ ମ୍ୟାଥ୍‌, ଟେଡ଼ି ମେକିଙ୍ଗ, ଡ୍ରେସ୍‌ ଅପ୍‌ ଡେ଼, ହେଲ୍‌ଥ ଚେକ୍‌ଅପ୍‌ ପରି ସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯିବ । ଶିବିରରେ ୧୦୦ରୁ ଅଧିକ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୁଣ୍ୟତୋୟା ବିଶ୍ୱାଳ, ବ୍ଲସମ୍‌ କନ୍‌ସେପ୍ଟ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, ହେଲୋ କିଡ଼୍‌ସ୍‌ର ଅଧ୍ୟକ୍ଷା ଶ୍ରୀମତୀ ସୁଷମା ମୁଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରୁଛନ୍ତି । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସ ଯାହା ପାଠପଢା ସହିତ କଳା ଓ କୌଶଳର ଶିକ୍ଷା (ମନୋରଞ୍ଜନ) ସହିତ ଅଭିଭାବକ ଓ ଅଭିଭାବିକାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଏବଂ ଏଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.