ଖପ୍ରାଖୋଲରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆଙ୍କ ପୌରୋହିତ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ କାର୍ଯ୍ୟକ୍ରମ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ପଟେଲ, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ଖପ୍ରାଖୋଲ ସମିତି ସଭ୍ୟା ସୁଶୀଳା ଭୁଏ, ଜିପିଓ ଶ୍ରୀ ନାଏକ, ଯନ୍ତ୍ରୀ ରାଜକିଶୋର ନାଏକ, ପବିତ୍ର ପଟେଲ, ସମାଜସେବୀ ସତ୍ୟାନନ୍ଦ ସେନ୍ଦ୍ରିଆଙ୍କ ସହ ବିଭିନ୍ନ ସଭ୍ୟମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫-ଟି” ମାଧ୍ୟମରେ ଗ୍ରାମାଞ୍ଚଳର ବନ୍ଧ, ବିଦ୍ୟାଳୟ, ମନ୍ଦିର, ପାର୍କ, କୋଠଘର ଇତ୍ୟାଦିର ରୂପାନ୍ତରିକରଣ, ମହିଳା ସଶକ୍ତି କରଣ, ଭିତ୍ତିଭୂମିର ବିକାଶ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.