oom

ଡମଝର ଓ ପଳସଦା ପଞ୍ଚାୟତରେ ସଚେତନତା ଶିବିର

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡମଝର ଓ ପଳସଦା ପଞ୍ଚାୟତ ପରିସରରେ ଓଡ଼ିଆ ଭାଷା ସମ୍ମିଳନୀ ସହ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଡମଝର ପଞ୍ଚାୟତ କାର୍ଯ୍ୟକ୍ରମରେ ସରପଂଚ ସଦାଶିବ ବେହେରା ସଭାପତିତ୍ୱ କରିଥିବାବେଳେ ଜିପିଇଓ ପ୍ରଫୁଲ୍ଲ କୁମାର ନାଏକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ବିଜୟ କୁମାର ବେହେରା, ସମାଜସେବୀ ଚନ୍ଦ୍ରଶେଖର ତାଣ୍ଡି, ପିଇଓ କ୍ଷମାନିଧି ସୁନାନି, ୱାର୍ଡ ମେମ୍ବର ମଦନ ମାଝୀ ଏବଂ ସ୍ୱେଚ୍ଛାସେବୀ ଜିତେନ୍ଦ୍ର ବେହେରା ମଞ୍ଚାସୀନ ଥିଲେ । ଓଡ଼ିଶା ସରକାର ବୋଡ଼େନ ବ୍ଲକ ପାଇଁ କରିଥିବା ଅନେକ ବିକାଶମୂଳକ କାର୍ଯ୍ୟ ଗୁଡ଼ିକୁ ଟିଭି ଯୋଗେ ଲୋକଙ୍କୁ ଦେଖାଇ ସଚେତନ କରାଗଲା । ଓଡ଼ିଆ ଭାଷା ଉପରେ ଅତିଥିଙ୍କ ଦ୍ଵାରା ଅତୀତ ଓ ବର୍ତ୍ତମାନର ଭାଷା ପ୍ରତି ଆଲୋକପାତ କରାଯାଇଥିଲା । ବିଶିଷ୍ଟ ପାଲା ଗାୟକ ବ୍ୟକ୍ତିଗତ ଭାବେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଜଗଦେବ ବେହେରା ଓ ତାଙ୍କ ଦଳ ଓଡ଼ିଆ ଭାଷା ଓ ସାହିତ୍ୟର ସୁନ୍ଦର ଆଲୋଚନା କରିଥିଲେ । ଧବଳେଶ୍ଵର ସାଗର ଓ ତାଙ୍କ ସାଥୀ ମଧ୍ୟ ବାହାକିଆ ଦ୍ଵାରା ଭାଷାର ବିଷୟ ବସ୍ତୁ ଆଲୋଚନା କରିଥିଲେ । ଜିତେନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଜିଆର୍‌ଏସ୍‌ ଭଦ୍ରାବତି ଜଗତ ସହଯୋଗ କରିଥିଲେ । ପଳସଦା ପଞ୍ଚାୟତରେ ସରପଂଚ ଚାତୁରି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମିତି ମେମ୍ବର ମାୟାଧର ସୁନାନି, ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ବେହେରା, ପିଇଓ ଗୁର୍ଜୁ ନିଆଲ, ଜିଆର୍‌ଏସ୍‌ ରେଣୁକା ମାଝୀ, କୃଷି ଅଧିକାରୀ ଶାନ୍ତି ରଂଜନ ସରାଫ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଉଭୟ କାର୍ଯ୍ୟକ୍ରମରେ ଏମ୍‌ବିକେ, ସିଆର୍‌ପି, କୃଷି ମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନୱାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ତଥା ଜନସାଧାରଣ ଯୋଗଦାନ କରିଥିଲେ । ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.