oom

ବରଗଡ଼ ବ୍ଲକରେ ସ୍ୱତନ୍ତ୍ର ସନ୍ଦେହ ମୋଚନ ଶିବିର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୮୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସନ୍ଦେହ ମୋଚନ ପାଇଁ ଏକ ସ୍ୱତନ୍ତ୍ର ଶିବିର ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ ଓ ଛାତ୍ରପତି ସାହୁ, ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ସୁନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ ମେହେର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ରୋଜାଲିନ ମିଶ୍ର, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଗୌରାଙ୍ଗ ପ୍ରଧାନ, ଝସକେତନ ସାହୁ, ଶିବଶଙ୍କର ଦାସ, ପ୍ରିୟବ୍ରତ ସାହୁ, ଲିଲିମା ରାଣୀ ପାତ୍ର ଓ ଶତ୍ରୁଘ୍ନ ମହାନନ୍ଦ ସାଧନ କର୍ମୀ ଭାବେ ପିଲାମାନଙ୍କର ସନ୍ଦେହ ମୋଚନ କରିଥିଲେ । ବାବୁଲୁ ଶତପଥୀ, ଦୀପ୍ତମାନ ପାଣିଗ୍ରାହୀ ଓ ବୀରକିଶୋର ବରିହା ଶିବିର ପରିଚାଳନାରେ ସହାୟତା କରିଥିଲେ । ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଏହି ଆନ୍ତରିକ ପ୍ରୟାସ ପାଇଁ ଅଭିଭାବକମାନଙ୍କ ତରଫରୁ କୃତଜ୍ଞତା ଜଣାଯାଇଥିଲା । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ସେହି ସହୃଦୟ ବ୍ୟକ୍ତି ଯେଉଁମାନଙ୍କ ଆକୁଣ୍ଠ ସହାୟତାରେ ଶିବିର ପରିଚାଳିତ ହେଲା ସମସ୍ତଙ୍କୁ ଧନ୍ୟବାଦ ଦେଇ ଭବିଷ୍ୟତରେ ମଧ୍ୟ ସେମାନଙ୍କର ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.