ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ତତ୍ତ୍ଵାବଧାନରେ ଗତକାଲି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତା ୦୭.୧୧.୨୦୨୩ରିଖ ଏବଂ ତା ୦୮.୧୧.୨୦୨୩ରିଖ ଦୁଇ ଦିନ ଚାଲୁ ରହିବ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ରହ୍ମପୁର ବାର୍ ଆସୋସିଏସନ୍ର ସମସ୍ତ ସଦସ୍ୟ ଏବଂ ସଦସ୍ୟାଙ୍କ ପରିବାର ଭୋଟର ତାଲିକାରେ ନିଜ ନାମ ସଂଯୋଗ କରିବେ ଏବଂ ଏକ ଭୋଟର ଭାବେ ଭୋଟ ଦେଇପାରିବେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସଙ୍ଗଠନର ଅଣ ନାମୀ ନାଗରିକଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଏକ ଭୋଟର ଭାବେ ଭୋଟ ଦେଇପାରିବେ ବୋଲି ଗୁରୁତ୍ୱାରୋପ କରିଛନ୍ତି । ବ୍ରହ୍ମପୁର ବାର୍ ଆସୋସିଏସନ୍ର ସଦସ୍ୟମାନଙ୍କୁ ନେଇ ବିଏଲ୍ଓ, ବିଏଲ୍ଇ ସୁପରଭାଇଜରଙ୍କ ସହାୟତାରେ ଏକ ସଂକ୍ଷିପ୍ତ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଭୋଟର ହେଲ୍ପ-ଲାଇନ ଆପ୍ ଏବଂ ଭୋଟର ସର୍ଭିସ ପୋର୍ଟାଲ ମାଧ୍ୟମରେ ନିଜର ଏବଂ ନିଜ ପରିବାରର ଯୋଗ୍ୟ ଭୋଟରମାନଙ୍କ ନାମ ସଂଯୋଗ ଓ ସଂଶୋଧନ କରିପାରିବେ । ଫର୍ମ ୬, ଫର୍ମ ୭ ଓ ଫର୍ମ ୮ ବିଷୟରେ ବୁଝାଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଚଳିତ ବର୍ଷ ଭୋଟର ତାଲିକାରେ ନାମ ସଂଯୋଗ, ସଂଶୋଧନ ଓ ବିଲୋପ ନିମନ୍ତେ ତା ୨୭.୧୦.୨୦୨୩ରିଖଠାରୁ ଆରମ୍ଭ ହୋଇ ତା ୦୯.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ବାର୍ ଆସୋସିଏସନ୍ର ସଭାପତି ମିନତି ରଥ, ସଚିବ ଶିବ ନାରାୟଣ ସାହୁ, ପି.ନରସିଂହ ପାତ୍ର ସରକାରୀ ଓକିଲ, ତାପସ କୁମାର ସାହୁ ଯୁଗ୍ମ ସମ୍ପାଦକ, ବାର୍ ଆସୋସିଏସନ୍ର ସମସ୍ତ ସଦସ୍ୟ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।