ପାଇକମାଲରେ କଳାକାରଙ୍କ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକକଳା ଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ କଳାକାରମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୂଚନା, ସେବା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଦ୍ବାରା ଓଡ଼ିଶା ସରକାରଙ୍କର ୧୧ ଗୋଟି ଯୁଗାନ୍ତକାରୀ ଯୋଜନା ଯେପରି ପ୍ରତିଟି ଲୋକଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ବ୍ଲକର ସମସ୍ତ କଳାକାର ଦଳ ଏହି ପ୍ରଶିକ୍ଷଣ ଶିବିରରେ ତାଲିମପ୍ରାପ୍ତ ହୋଇଥିଲେ । ପାଇକମାଲ ବିଡିଓ ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସଂନ୍ତ୍ରାସ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିନାୟକ ମିଶ୍ର ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି ଅମୃତ ବାରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.