jayashree

ଯୁବ ହଷ୍ଟେଲ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଯୁଵ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ଅନ୍ତରାଳରେ ସ୍ୱାସ୍ଥ୍ୟ ସମ୍ପନ୍ନ ରହିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଦୂରାରୋଗ୍ୟ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ ଆୟୋଜନ କରାଯାଇଥିବା ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍‌ଏସ୍‌ପିର ସ୍ୱାସ୍ଥ୍ୟ ସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡ଼. ବି କେ ହୋତା ଉଦ୍‌ଘାଟନ କରିବା ସହିତ ଏହି ଶିବିରର ଶୁଭକାମନା କରିଥିଲେ ଏବଂ ଯୁବ ହଷ୍ଟେଲର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆର୍‌ଏସପିର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ କହିଥିଲେ ଯେ କରୋନାର ୪ର୍ଥ ଲହରୀ ସମୟରେ ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ସମୟୋପଯୋଗୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ କେୟାର ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ ପରିଡ଼ା, ବାରିଆଟିକ ସର୍ଜନ ଡାକ୍ତର ତାପସ ମିଶ୍ର, ହୃଦ୍‌ରୋଗ ବିଶେଷଜ୍ଞ ବିକ୍ରମ କେଶରୀ ମହାପାତ୍ର, ଡାକ୍ତର ଏସ୍‌ଆର୍ ସାହୁ ଏବଂ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ସୁନୀତା ସାମଲ ଯୋଗ ଦେଇ ୨୨୩ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ରୋଗୀମାନଙ୍କର ବିଭିନ୍ନ ଅତ୍ୟାବଶ୍ୟକ ପରୀକ୍ଷା ମଧ୍ୟ କରାଯାଇଥିଲା । କୋଭିଡ ଗାଇଡଲାଇନ ମୁତାବକ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ ପୂର୍ବକ ଏହି ସ୍ୱାସ୍ଥ୍ୟ ସେବା ଶିବିର ପରିଚାଳନା କରାଯାଇଥିଲା । ଏହି ଅବସରରେ ଯୁବ ହଷ୍ଟେଲର କର୍ମକର୍ତ୍ତା ସର୍ବଶ୍ରୀ ଗଣେଶ ପ୍ରସାଦ ବାଗେଡିଆ, ବୁଦ୍ଧଦେବ ବାସୁ, ଭାରତ ଭୂଷଣ ମହାନ୍ତି, ପ୍ରତାପ କୁମାର ସ୍ୱାଇଁ, ରବି ଦାସ, ନିରଞ୍ଜନ ବେହେରା, ନୀଳମଣି ମହାପାତ୍ର, ସରୋଜ କୁମାର ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା, ଆଶିଷ ବିଶ୍ରା ହେମ୍ରମ, ପଙ୍କଜ କୁମାର ପାଢ଼ୀ, ସଲୀଳ ସାହୁ, ସମରକାନ୍ତ ମଲ୍ଲିକ, ପି ବି ସାଜି, ଅଭିଷେକ ପଟ୍ଟନାୟକ, ରଞ୍ଜନ କୁମାର ବାରିକ, ସୁଚିତ୍ରା ମଲ୍ଲିକ, ଗୌରି ବାସୁ, ଉର୍ମିଳା ଦାସ, ଶାନ୍ତା କୋଲା, ଇନ୍ଦିରା ପଟ୍ଟନାୟକ, ମିନାକ୍ଷୀ ପାଢ଼ୀ, ଅରୁନ୍ଧତୀ ସ୍ୱାଇଁ, କାପ୍ରା ହାଁସଦା, ସନ୍ଧ୍ୟାରାଣୀ ସ୍ୱାଇଁ, ନିର୍ମଳ କୁମାର ଦାସ ଓ କେୟାର ହସ୍ପିଟାଲର ପ୍ରତିନିଧି ସୁଶାନ୍ତ ବାଗ ଓ ଦୀପକ ଚୌଧୁରୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିକୂଳ ପାଗ ସତ୍ତ୍ବେ ସ୍ୱାସ୍ଥ୍ୟ ସେବା ଶିବିରର ସଫଳତା ନେଇ ସମସ୍ତ ରୋଗୀ ତଥା ତାଂକ ପରିବାର ବର୍ଗ ଡାକ୍ତର ଗଣ, ପାରା ମେଡିକାଲ ଷ୍ଟାଫ୍ ଓ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୁବ ହଷ୍ଟେଲର ସମ୍ପାଦକ ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.