jayashree

ଅଗ୍ରୱାଲ ସଭା ଟ୍ରଷ୍ଟ ଓ ବାଲକୋ ରାୟପୁର ଦ୍ୱାରା ନିଃଶୁଳ୍କ କ୍ୟାନସର ଚିହ୍ନଟ ଶିବିର

  • ଚିହ୍ନଟ ରୋଗୀଙ୍କୁ ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ଓ ବାଲକୋ ଦ୍ୱାରା ହେବ ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ବାଲକୋ ରାୟପୁର ଦ୍ୱାରା ସୋମବାର ଦିନ ସ୍ଥାନୀୟ ହରିଭବନରେ ଏକ ନିଃଶୁଳ୍କ କ୍ୟାନସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସଭାରେ ଟ୍ରଷ୍ଟର ସଭାପତି ସୁରେଶ କୁମାର ଆର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଧାୟକ ସାଲୁଜା ମାରୱାଡି ଯୁବା ମଂଚ, ଅଗ୍ରୱାଲ ସଭା ଟ୍ରଷ୍ଟ ଓ ମହିଳା ମଂଚର ବିଭିନ୍ନ ଜନସେବାମୂଳକ କାର୍ଯ୍ୟ ପାଇଁ ବେଶ ପ୍ରଶଂସା କରିବା ସହିତ କଂଟାବାଂଜି ଭଳି ଅନୁନ୍ନତ ଅଂଚଳରେ ଏହି ସମାଜ ଅନେକ ସେବାମୂଳକ କାର୍ଯ୍ୟ ହାତକୁ ନେଇ ନିରନ୍ତର ସେବା କରୁଛି । ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର, ଗ୍ରହ ଖଣ୍ଡିଆ, ରକ୍ତଦାନ ଶିବିର, ମେଗା ହେଲ୍‌ଥ କ୍ୟାମ୍ପ ସହ ଅନ୍ୟାନ୍ୟ ସେବା ନିସ୍ୱାର୍ଥପର ଭାବେ କରି ଅସୁଥିବାରୁ ମାରୱାଡି ସମାଜ ଅଂଚଳର ଏକ ଅଗ୍ରଣି ସମାଜ ବୋଲି ନିଜର ମତ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଂପାଦକ ସଂଜୟ ଗାନ୍ଧି ଅଗ୍ରୱାଲ, ଡାକ୍ଟର ଭୁପେନ୍ଦ୍ର ପ୍ରସାଦ, ଡାକ୍ଟର ଭୂମିକା ମଂଚାସୀନ ଥିଲେ । ଏହି ଶିବିରରେ ମୋଟ ୭୦ଜଣ ରୋଗୀ ନିଜର ନାମ ପଂଜିକରଣ କରିବା ସହିତ ନିଃଶୁଳ୍କ ଶିବିରରେ ନିଜର ଛିକିତ୍ସା କରାଇଥିଲେ । ଚିହ୍ନଟ ରୋଗୀମାନଙ୍କୁ ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ବାଲକୋ ରାୟପୁର ଦ୍ୱାରା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସଂପାଦକଙ୍କଠାରୁ ସୂଚନା ଦିଆଯାଇଛି । ଏହି ନିଃଶୁଳ୍କ ଶିବିରକୁ ଅରୁଣ କୁମାର ଆର୍ଯ୍ୟ, ନବୀନ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଆଶିଷ ଖାଇତାନ, ପରବଜିତ ସିଂ ସାଲୁଜାଙ୍କ ସହ ଅନ୍ୟ ସଦସ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.