jayashree

ସେପ୍ଟେମ୍ବର ୩ ତାରିଖରେ ଟିଟିଲାଗଡ ଡିଏନ୍ ରିସର୍ଟଠାରେ ଆୟୋଜିତ ହେବ ନିଶୁଳ୍କ କର୍କଟ ଚିହ୍ନଟ ପରୀକ୍ଷଣ ଶିବିର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା ନୟା ରାୟପୁର ବାଲକୋ ମେଡିକାଲ ସେଣ୍ଟରର ସହଭାଗିତାରେ ଆସନ୍ତା ମାସ (ସେପ୍ଟେମ୍ବର) ୩ ତରିଖରେ ସ୍ଥାନୀୟ ଡିଏନ୍ ରିସର୍ଟଠାରେ ଏକ ନିଶୁଳ୍କ କର୍କଟ ରୋଗ ଚିହ୍ନଟ ପରୀକ୍ଷଣ ଶିବିର ଆୟୋଜିତ ହେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରବିବାର ଦିନ ସକାଳ ୧୧ଟା ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଆଖପାଖ ଅଞ୍ଚଳର ଜନ ସାଧାରଣ ଏହି ସୁବିଧାର ସୁଯୋଗ ନେବାକୁ ଲୋକଙ୍କୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆରୁସ ଶର୍ମା, ରାହୁଲ ଜୈନ, ଭୂପେନ ଜୈନ, ବାଲକୋ ମେଡିକାଲର ଅଧିକାରୀ ସତ୍ୟ ଆଚାର୍ଯ୍ୟ ମଞ୍ଚାସୀନ ଥିଲା ବେଳେ ଅଙ୍କୁର ଅଗ୍ରୱାଲ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.