ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନଦୟାଲ କୌଶଲ୍ୟ ଯୋଜନା ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଶିବିରକୁ ଆସିଥିବା ଯୁବକ ଯୁବତୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା ମଞ୍ଚାସୀନ ରହିଥିଲେ । ବ୍ଲକ ପ୍ରକଳ୍ପ ପରିଚାଳକ ଜଳନ୍ଧର ମାହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶିବିରରେ ୧୨୩ ଜଣ ଶିକ୍ଷିତ ଯୁବକ ଯୁବତୀ ଯୋଗଦେଇ ବିଭିନ୍ନ ବିଭାଗରେ ପଞ୍ଜିକରଣ କରିଥିଲେ । ବିପିଏ ଚନ୍ଦନ ପାଢ଼ୀ, ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.