ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟିକ୍ରାପଡା ଭଗତ ସିଂ କ୍ଲବଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ର ମା’ ଗୌରୀ ଓ ପ୍ରେରଣା ଏସ୍ଏଜି ଗୃପ ପକ୍ଷରୁ ଆୟୋଜିତ ଏହି ଶିବିରରେ ସୁପ୍ରିମ ଟାସ୍କ ହସପିଟାଲ ଓ ନେତ୍ରନିକେତନ ତରଫରୁ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି । ସମୁଦାୟ ୭୨ ଜଣ ରୋଗୀ ଶିବିରକୁ ଆସି ତାଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ । ସେ ମଧ୍ୟରୁ ୮ ଜଣ ରୋଗୀଙ୍କୁ ଅସ୍ତ୍ରୋପ୍ରଚାର ପାଇଁ ସୁପ୍ରିମ ଟାସ୍କ ହସପିଟାଲକୁ ନିଆଯାଇଛି । ଅନ୍ୟ ରୋଗୀମାନଙ୍କୁ ଡା. ରୁବେନ ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଅବଶ୍ୟକୀୟ ଔଷଧ ଚିଠା ପ୍ରଦାନ କରିଛନ୍ତି । ସକାଳୁ କାଉନସିଲର ମହେନ୍ଦ୍ର ବାଗ, ଡାକ୍ତର ସିଦେ୍ଧଶ୍ୱର ମିଶ୍ର ଓ ସୁପ୍ରିମ ଟାସ୍କ ହସପିଟାଲ ନିର୍ଦ୍ଦେଶକ ଅଜିତ ପାଲ ଶିିବିରର ଉଦ୍ଘାଟନ କରିଥିଲେ । ପରୀକ୍ଷା ଶିବିରରେ ପ୍ରବୀନ ବାଗ, ରୁପେଶ ନାଗ, ବିଭୁତିଭୁଷଣ ଭଞ୍ଜ, ସୌଦାମିନୀ ସାହୁ, ରଞ୍ଜନ ବାରିକ, ଅଦିତି ସୁନା ଓ ୱିଲସନ ପାଲ ରୋଗୀମାନଙ୍କୁ ସେବା ପ୍ରଦାନ କରିଥିଲେ । ରଞ୍ଜିତା ପଣ୍ଡା, କଲ୍ୟାଣୀ ଗଡତିଆ, ଝରଣା ସାହୁ, ଆଶା ରାଣୀ ଚୌଧୁରୀ, ଅଙ୍କିତା ପଟ୍ଟନାୟକ, ମଞ୍ଜୁଲତା ଦୀପ ଓ ସ୍ୱାଗତ ସାହୁ ପରୀକ୍ଷା ଶିବିରରେ ସହଯୋଗ କରିଥିଲେ ।
Prev Post