oom

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜି ସହର ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଣ୍ଟାବାଞ୍ଜି ଡାକ୍ତରଖାନା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତିପ୍ରକାଶ ରାମ, ସହରାଞ୍ଚଳ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ପଙ୍କଜ ସିଂ ଉପସ୍ଥିତ ରହି ବେହେରେନସିଲେଟ ତଥା ଆଖପାଖ ଗାଁର ୩୦୦ରୁ ଅଧିକ ଲୋକଙ୍କ ଚିକିତ୍ସା କରିଥିବା ବେଳେ ଆବଶ୍ୟକ ଅନୁସାରେ ରକ୍ତ ପରୀକ୍ଷା ସହ ଔଷଧ ଦେଇଥିଲେ । ଏହି ଅବସରରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ଯୁବ ସମାଜସେବୀ ହାର୍ଦିକ ସୌମିଆ, ଆମ୍ବେଦକର ସଂଘ ପରାମର୍ଶଦାତା ସୁରଦାସ ବାଗ, ପ୍ରେସ୍‌ କ୍ଲବ ସମ୍ପାଦକ ଯୁଗଲ କିଶୋର ଶବର, ବରିଷ୍ଠ ସମାଜସେବୀ ତଥା ଶିକ୍ଷାବିତ୍‌ ରାମହରି ସାହୁ, ଆୟୋଜକ କମିଟି ସଭାପତି ରୋହନ ମହତ ସହ ଦୁଇ ଡାକ୍ତର ମଞ୍ଚାସୀନ ହୋଇଥିଲେ । ସବୁ ସମୟରେ ଗାଁର ଏହି ସଂଘ ଲୋକଙ୍କ ସେବା ପାଇଁ ଅନେକ କାମ କରୁଛି । ଆଜିର ଏଭଳି ମହତ କାମ ପାଇଁ ମଞ୍ଚାସୀନ ଅତିଥି ସହ ବିଭିନ୍ନ ଗାଁରୁ ଆସିଥିବା ଲୋକ ପ୍ରଶଂସା କରିଥିଲେ । ମଞ୍ଚ ପରିଚାଳନା ତୁଲସୀରାମ ଜଗତ କରିଥିବା ବେଳେ ଆୟୋଜକ କମିଟି ସଦସ୍ୟ ମୋହନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ନିଶୁଳ୍କ ଚିକିତ୍ସା ଶିବିରରେ ସହରାଞ୍ଚଳ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର କୋଡିନେଟର ମହମ୍ମଦ ତାହିର ଅଲମ, ଫାର୍ମାସିଷ୍ଟ ଭବାନୀ ଶଙ୍କର ବନଛୋର, ଲ୍ୟାବ ଟେକ୍‌ନିସିଆନ ଜୟଦେବ ଗହିର, ଡାଟା ଏକାଉଣ୍ଟଟେଣ୍ଟ ଅତୁଲ୍ୟ ଡାଙ୍ଗ, ଷ୍ଟାପ୍‌ନର୍ସ ପ୍ରଣତୀ ବାଗ, ନର୍ସ ପ୍ରଭାବତୀ ଛତ୍ରିଆ, ଏଟେନଡେଣ୍ଟ ସଚ୍ଚିଦାନନ୍ଦ କମ୍ପ ପ୍ରମୁଖ ଲୋକଙ୍କ ଚିକିତ୍ସାରେ ସହଯୋଗ କରିଥିବା ବେଳେ ଆୟୋଜକ କମିଟି ସହସମ୍ପାଦକ ରାଜେଶ ମହାନନ୍ଦ, ସଦସ୍ୟ ସୁମନ ମହତ, ସତ୍ୟ ମହାନନ୍ଦ, କରନ ଭୋଇ, ସଂଗ୍ରାମ ତ୍ରିପାଠୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.