centurian jitm

ମାଗଣା କିଡ଼୍‌ନୀ ଓ ମଧୁମେୟ ରୋଗ ପରୀକ୍ଷା ଶିବିର

nschool

ବରଗଡ, (ନିରୋଜ କୁମାର ପାଣୀ) : ରାଜ ପୋଲିକ୍ଲିନିକ ଏଣ୍ଡ ଡାଇଗ୍ନୋଷ୍ଟିକ ସେଣ୍ଟର ଏବଂ ନଦୀପଡା ଡାଙ୍ଗ୍‌ର ମିଳିତ ଆନୁକୂଲ୍ୟରେ ମାଗଣା କିଡ଼୍‌ନୀ ଓ ମଧୁମେୟ ରୋଗ ପରୀକ୍ଷା ଶିବିର ବରଡୋଲ ପଞ୍ଚାୟତର ଡାଙ୍ଗ ନଦୀପଡାଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟଅତିଥି ଭାବେ ରାଜ ପୋଲିକ୍ଲିନିକର ପ୍ରତିଷ୍ଠାତା ରାଜ କିଶୋର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଷୀ ନେତା ରମେଶ ମହାପାତ୍ର ଯୋଗଦେଇଥିଲେ । ମୁଖ୍ୟ ଅତିଥି ରାଜ କିଶୋର ପାଣିଗ୍ରାହୀ ଶିବିରକୁ ସମ୍ବୋଧନ କରି କହିଥିଲେ ଯେ, ଆମକୁ ରୋଗ ହେଲେ ଆମେ ଶରୀର ପରୀକ୍ଷା କରିଥାଉ ସେତେବେଳ ପର୍ଯ୍ୟନ୍ତ ରୋଗ ଶରୀରର ଅନେକ କ୍ଷତି କରିଦେଇ ଥାଏ ଫଳରେ ଆମେ ଖର୍ଚ୍ଚ ବହୁଳ ଚିକିତ୍ସା କରିବାକୁ ବାଧ୍ୟ ହୋଇଥାଉ । ବେଳେ ବେଳେ ଜୀବନ ମଧ୍ୟ ଚାଲିଯାଇଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ଆମେ ସ୍ୱଇଚ୍ଛାରେ ଅନେକ ସ୍ଥାନରେ ମାଗଣାରେ ମଧୁମେହ ଓ କିଡ଼୍‌ନୀ ରୋଗ ଚିହ୍ନଟ ଶିବିର କରିଥାଉ । ଆଗୁଆ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ଵାରା ବଡ଼ ରୋଗ ହେବାରୁ ରକ୍ଷା ପାଇଥାଉ । ଆଜି ଏହି ଶିବିର ଆୟୋଜନ ଫଳରେ ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ ହୋଇପାରିବେ ଓ ତାର ପ୍ରତିକାର ମଧ୍ୟ କରିପାରିବେ । ଏଣୁ ଆଜିର ଶିବିର ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ମତ ରଖିଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟ ସଚେତନତା ମଣିଷ ଜୀବନର ଏକ ଏପରି ହାର୍ଯ୍ୟ ପ୍ରସଙ୍ଗ ଅଟେ । ବାରମ୍ବାର ସ୍ୱାସ୍ଥ୍ୟ ଦିଗରେ ଯତ୍ନବାନ ହେବା ପୃଷ୍ଟିକର ଖାଦ୍ୟ ଖାଇବା ସ୍ଵଛ ପାଣି ପିଇବା ସହିତ ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରଖିବା ଦିଗରେ ରମେଶ ମହାପାତ୍ର ଏବଂ ବିକାଶ ଅଗ୍ରୱାଲ ଆଲୋଚନା କରିବା ସହିତ ମାଗଣା ଶିବିରାର୍ଥୀମାନଙ୍କ କାର୍ଯ୍ୟକ୍ରମକୁ ଭୁୟସି ପ୍ରଶଂସା କରିଥିଲେ । ରାଜ ପାଥଲେବର ଟେକ୍ନିସିଆନ ସ୍ୱପ୍ନା ବନଛୋର, ସରୋଜ ପାତ୍ର ଏବଂ ଅଜୟ ସାହୁଙ୍କ ସହଯୋଗରେ ଆଜି ୪୬ ୟୁନିଟ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସଂକଳ୍ପ ପରିବାର ଏବଂ ବରଡୋଲ ସରପଞ୍ଚ ଦୀପାଞ୍ଜଳି କୁମ୍ଭାର, ଫୁଲ କୁମାରୀ ଭୁକ୍ତା, ବାସମତୀ ବନଛୋର, ରାଜକୁମାର ବନଛୋର ଏବଂ ପଡାବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.