oom

ସ୍କାଉଟ୍ ଏବଂ ଗାଇଡ୍‌ର ଜଳ ସେବା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ୍ ଏବଂ ଗାଇଡ୍, ରାଉରକେଲା ସ୍କାଉଟ୍ ଜିଲ୍ଲା ତରଫରୁ ଜଳ ସେବା ଶିବିର କୋଏଲନଗର ଏ ବ୍ଲକ ସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କାଉଟ୍‌ର କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଥଚାରୀମାନଙ୍କୁ ଦହି ସର୍ବତ ଓ ସୁଶୀତଳ ଜଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ସନ୍ତୋଷ କୁମାର ନାୟକ, ହୃଷିକେଶ ନାୟକ, ଶିଶିର ପାଣି, ବିଜୟାନନ୍ଦ ଦାସ, ସୁପ୍ରଭା ସାମଲ, ମୀନତି ମହାନ୍ତି, ରଂଜନ କୁମାର ରାଉତରାୟ, ବିଜୟ କୁମାର ରଥ, ସୁରେନ୍ଦ୍ର ଦାଶ, ଶ୍ରୀବତ୍ସ ସାମଲ ଓ କୋଏଲନଗର ସରସ୍ୱତୀ ବିଦ୍ୟାପୀଠ, ଜଗଦା ପ୍ରଗତି ବିଦ୍ୟା ମନ୍ଦିର, ସେକ୍ଟର ୧୮ ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧ ନୀଳମାଧବ ବିଦ୍ୟା ମନ୍ଦିରର ସ୍କାଉଟ୍ ଏବଂ ଗାଇଡ୍‌ମାନେ ଅଂଶଗ୍ରହଣ କରିଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍, ଭୁବନେଶ୍ୱର ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ରାଉରକେଲାର ଆଲୋକ ମଲ୍ଲିକ, ବିଭୁ ନାୟକ, ସସ୍ମିତା ପ୍ରଧାନ, ବବି ମହାଳିକ, ସନ୍ତୋଷ ଉପାଧ୍ୟାୟ, ଆଶୁତୋଷ ଜୟସ୍ୱାଲ, ସ୍ୱର୍ଣ୍ଣଲତା ସାମଲ, ଧରିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.