oom

ରୋଟାରୀ କ୍ଲବ୍ ରିଭରସାଇଡ୍, ରାଉରକେଲାର ସ୍ୱାସ୍ଥ୍ୟ ସଚେତନତା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସଭାଗୃହରେ ରୋଟାରୀ କ୍ଲବ ରିଭରସାଇଡ୍, ରାଉରକେଲା ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ୍ କଲେଜର ଡେପୁଟି ସୁପରିଟେଣ୍ଡେଟ୍ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିବା ସହ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ବରିଷ୍ଠମାନେ ନିଷ୍କ୍ରିୟ ନରହି ସର୍ବଦା କର୍ମଚଞ୍ଚଳ ରହିବା, ନିୟମିତ ବ୍ୟାୟାମ, ଯୋଗ, ଧ୍ୟାନ, ପ୍ରାଣାୟମ ପ୍ରଭୃତି କରିବା ସହ ଦିନକୁ ଅତିକମ୍‌ରେ ୭ ଘଣ୍ଟା ନିର୍ବିଘ୍ନ ନିଦ୍ରା ଯିବା ଦ୍ୱାରା ନିରୋଗ ଏବଂ ଦୀର୍ଘ ଜୀବନ ବଞ୍ଚି ପାରିବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସେ ଜାପାନୀମାନଙ୍କର ଉଦାହରଣ ଦେଇ ସଦା କର୍ମତତ୍ପରତା ଯୋଗୁଁ ସେମାନେ କିପରି ଦୀର୍ଘ ଏବଂ ନିରୋଗ ଜୀବନ ବଞ୍ଚି ପାରୁଛନ୍ତି ବର୍ଣ୍ଣନା କରିଥିଲେ । ଉପସ୍ଥିତ ଶ୍ରୋତାମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସାବଲୀଳ ଭାବେ ଦେଇଥିଲେ । ଶେଷରେ ଗୋପବନ୍ଧୁ ପାଠାଗାରର ସଭାପତି ଇଂ. ନବଘନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ରୋଟାରୀଆନ୍ ଭଗବାନ ପାଢ଼ୀ, ପ୍ରତିମା ମହାପାତ୍ର, ଜେ.ପି.ସା, ବସନ୍ତ କୁମାର ପାଠୀ, ଡ. ସୁଧା ରାଣୀ ପ୍ରଧାନ, ପ୍ରମିଳା ମିଶ୍ର ପ୍ରମୁଖ ସହାୟତା କରିଥିବା ବେଳେ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ଉମେଶ ଚନ୍ଦ୍ର ଜେନା, ଉମେଶ ଚନ୍ଦ୍ର ଦାସ, ହରିହର ନାୟକ, ଗୋପାଳ ପ୍ରସାଦ ଜେନା, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ନିର୍ମଳ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.