centurian jitm

ଚଟିଆଗୁଡା ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

nschool

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ଗାଁରେ ପ୍ରଶାସନ’କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ସରକାରଙ୍କ ସବୁ ପ୍ରକାର ଯୋଜନାକୁ ଗାଁରେ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପ୍ରଶାସନ ତରଫରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଯଦ୍ୱାରା ଲୋକେ ନିକଟରେ ପ୍ରଶାସନକୁ ପାଇ ଉପକୃତ ହୋଇପାରିବେ । ପ୍ରତି ପଞ୍ଚାୟତରେ ଅଭିଯୋଗ ଶୁଣାଣି ହେବା ଦ୍ୱାରା ସାଧାରଣ ଲୋକ ସାମିଲ ହେବାର ସୁଯୋଗ ପାଇବେ ଓ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ତୁରନ୍ତ ହୋଇପାରିବ । ଏସବୁ ବିଷୟକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ କରି ପଂଚାୟତ ସ୍ତରରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନର ପଦକ୍ଷେପ ନେଇଛନ୍ତି । ଯାହା ଦ୍ୱାରା ସାଧାରଣ ଜନତା ଉପକୃତ ହୋଇପାରିବେ । ଆଜିର ଏହି ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୮୦ ଗୋଟି ବିଭିନ୍ନ ବିଭାଗୀୟ ଅଭିଯୋଗ ଆସିଥିବା ସୂଚନା ମିଳିଛି । ଏହି ଶିବିରରେ ସିନାପାଲି ବିଡ଼ିଓ ସଦାଶିଵ ନାଏକଙ୍କ ସମେତ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା, ଚଟିଆଗୁଡ଼ା ସରପଞ୍ଚ ରଂଗୀତା ପାତ୍ର , ଜିପିଇଓ ପ୍ରେମଲାଲ ନାଏକ, ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ, ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭୋଇ, କୃଷି ଅଧିକାରୀ ସୁଧାଂଶୁ ଶେଖର ମେହେର, ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା, ସ୍ଥାନୀୟ ପିଇଓ ତିଆରୁ ନିଆଲ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଗାଁରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଯୋଗୁଁ ବିଭିନ୍ନ ସମସ୍ୟାକୁ ଅବଗତ କରାଯାଇ ପାରୁଥିବା ଭଳି ମହତ ଉଦ୍ଦେଶ୍ୟ ସାଧିତ ହୋଇପାରୁଥିବା ନେଇ ଲୋକେ ବେଶ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.