jayashree

ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସ୍ୱାସ୍ଥ୍ୟ ସଚେତନତା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶା ସ୍ୱାସ୍ଥ୍ୟ ଅଭିଯାନ ଆବାହକ ଗୌରାଙ୍ଗ ଚରଣ ମହାପାତ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଉପସ୍ଥିତ ରହିଥିବା ପିୟୁଷ ଅନୁଷ୍ଠାନ ଓ ୨୭ ଗୋଟି ବିଭିନ୍ନ ଗ୍ରାମର ସ୍ୱେଚ୍ଛାସେବୀମାନଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯୋଜନା ରହିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସେ ସମ୍ପର୍କରେ ଜନସାଧାରଣ ଅବଗତ ନଥିବା ଯୋଗୁଁ ତା’ର ଲାଭ ଉଠାଇ ପାରିନଥାନ୍ତି । ଉକ୍ତ ଯୋଜନା ଗୁଡିକର ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ଉକ୍ତ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ତତ୍‌ ସହିତ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଉପାଦେୟତା ସମ୍ବନ୍ଧରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଯାଇଥିଲା ।

ଶିକ୍ଷାନୁଷ୍ଠାନର ସମ୍ପାଦକ ମଙ୍ଗରାଜ ପଣ୍ଡା ଉକ୍ତ ଶିବିରର ସଂଯୋଜନା କରିଥିବା ବେଳେ କଣ୍ଟିଆଗଡ଼ ସବ୍‌ସେଣ୍ଟର କମ୍ୟୁନିଟି ଅଫିସର ସସ୍ମିତା ଜେନା ଯୋଗ ଦେଇ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ହେଲ୍ପ ପ୍ରୋଗ୍ରାମ, ସିନିୟର ପ୍ରୋଗ୍ରାମ ଆସୋସିଏଟ କେ. ଭାବନା ରାଓ, ସିନିୟର ପ୍ରୋଗ୍ରାମ ଆସୋସିଏଟ ବିଶ୍ୱ ସ୍ୱରୂପ ଦାଶ, ଅଭିଜିତ ଦତ୍ତା ସାଇଡ କୋଡିନେଟର ପ୍ରମୁଖ ଶିବିରକୁ ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.