oom

ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଜୁରିଆଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶିବିରରେ ସମବାୟ ସମିତି ସଭାପତି କନ୍ଦର୍ପ ସୁଆର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଲୁହାସିଂହା ସରପଞ୍ଚ ସିମାଞ୍ଚଲ ପୁରୋହିତ, ମୁଖ୍ୟ ବକ୍ତା ରୂପେ ଚଙ୍ଗରିଆ ସରପଞ୍ଚ ସୁଶୀଲ କୁମାର ଗୁରୁ, ସମ୍ମାନିତ ଅତିଥି ରୂପେ ବିଡିସିସି ବ୍ୟାଙ୍କ ନିର୍ଦ୍ଦେଶିକା ଦମୟନ୍ତୀ ସୁଆର, ଲାଠୋର ବିଡିସିସି ବ୍ୟାଙ୍କ୍ ମ୍ୟାନେଜର ରୋହନ ପାଣିଗ୍ରାହୀ, ବାଘମୁଣ୍ଡ ସରପଞ୍ଚ ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚାଷୀ ଏବଂ ସ୍ଵୟଂ ସହାୟକ ଦଳ ଆର୍ଥିକ ସାକ୍ଷର ହେବା ସହ ବ୍ୟାଙ୍କରେ ଆର୍ଥିକ ଲେଣ ଦେନ କିପର ଠିକ୍ ଭାବରେ କରି ପାରିବେ ସେନେଇ ଆଲୋଚନା ହୋଇଥିଲା । ସେହିପରି ସରକାରଙ୍କ ବିଭିନ୍ନ ବୀମାରେ କିଭଳି ସାମିଲ ହୋଇପାରିବେ, ବିଭିନ୍ନ ଋଣ ଓ ସବ୍‌ସିଡି ଉପରେ ସଚେତନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆଗୁଆ ଚାଷୀ ଲୋଚନ ସିଂହ ବରିହା, ସୁପରଭାଇଜର ଅନନ୍ତ ରଣା, ସମ୍ପାଦକ ଶ୍ରୀପତି ଭୋଇ, ଡିଇଓ ଯଦୁମଣି ରଣା, ଚନ୍ଦ୍ରମଣି ମେହେର, ରାଜକିଶୋର ମେହେର, ଜୟନ୍ତ ପାଲ ମେହେର ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.