om academy

ଜୁର୍ଲାକାନୀରେ ବନାଗ୍ନୀ ପରିରୋଧକ ସଚେତନତା ଶିବିର

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜସ୍ତରୀୟ ବନାଗ୍ନୀ ପତିରୋଧକ ସଚେତନତା କାର୍ୟ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଦେଓଗାଁ ସେକସନର ଜୁର୍ଲାକାନୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ, କୁଡ଼ାସିଂହା ଫରେଷ୍ଟର ଅଶୋକ ନାୟକ ଓ ଫରେଷ୍ଟର ବିପିନ ବିହାରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା । ଏଥିରେ ଦେଓଗାଁ ରେଞ୍ଜ ଅନ୍ତର୍ଗତ ତୁଷୁରା, ଭୁତିଆରବାହାଲ ବନ୍ଧପଡ଼ା ରେଞ୍ଜର କେନ୍ଦୁପତ୍ର କର୍ମଚାରୀ ସହ ଦେଓଗାଁ ଓ ଗୁଡ଼ଭେଲା ଅଗ୍ନୀସେବା ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ । ଦେଓଗାଁ ରେଞ୍ଜ ଅଧିନରେ ଥିବା ବନସୁରକ୍ଷା ସମିତିର ସମସ୍ତ ସଭାପତି ଓ କର୍ମକର୍ତ୍ତା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ସହ ଖରାମାସରେ ମୂଲ୍ୟବାନ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେଥିପାଇଁ ସଚେତନ ହେବାକୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସରକାର ଯାହା ବି ବ୍ୟବସ୍ଥା କରିଛନ୍ତି ସାଧାରଣ ଲୋକମାନେ ଅଧିକରୁ ଅଧିକ ସଚେତନ ନ ହେଲେ ବା ସହଯୋଗ ନ କଲେ ଜଙ୍ଗଲକୁ ଅଗ୍ନୀରୁ ରକ୍ଷା କରିବା ଅସମ୍ଭବ ତେଣୁ ସମସ୍ତେ ମିଳିମିଶି କାମ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.