ମାର୍ଚ୍ଚ ୧ରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜିଆରସି ଶିକ୍ଷା ଓ ତାଲିମ ଶିବିର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ (ଜିଆରସି) ଶିକ୍ଷା ଓ ତାଲିମ ଶିବିର-୨୦୨୩ ଆଗାମୀ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଜୟାନନ୍ଦ ହାଇସ୍କୁଲ ବେଲଗାଁଠାରେ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ତଥା ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଜୁନିୟର ଓ ରେଡକ୍ରସ୍‌ କାଉନସିଲର ଯୋଗଦାନ ଦେବେ । ସେଥିପାଇଁ ବେଲଗାଁ ହାଇସ୍କୁଲରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଶିବିରରେ ରେଡକ୍ରସ୍‌ର ଇତିହାସ, ସଡକ ସୁରକ୍ଷା, ରକ୍ତଦାନ, ବୃକ୍ଷ ରୋପଣ, ପ୍ରାଥମିକ ଚିକିତ୍ସା, କୁସଂସ୍କାର, ବାଲ୍ୟ ବିବାହକୁ ବିରୋଧ, ନିଶାକୁ ନା, ଜୀବନ କୌଶଳ ଶିକ୍ଷା ତଥା ବିଭିନ୍ନ ସ୍ୱାସ୍ଥ୍ୟ, ସେବା, ବନ୍ଧୁତା ବିଷୟ ଉପରେ ଶିକ୍ଷଣ କାର୍ଯ୍ୟ ହେବ । କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ସଭାପତିତ୍ୱ ଓ ଜୁନିୟର ରେଡକ୍ରସ୍‌ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସଇଁନ୍ତଲା ବିଇଓ ଗୋବର୍ଦ୍ଧନ ଭୋଇ, ଏବିଓ ମହାଦେବ ମିଶ୍ର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସଇଁନ୍ତଲା ଏଏସ୍‌ଡିର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା, କନ୍ଧକେଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା, ବୁଢାବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବରୁଣ କୁମାର ସାହୁ, ଶିଶ୍‌କେଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା, ଭଦ୍ରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ଭୋଇ, ଘୁମସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, କେରମେଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ଡେଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର, ସଇଁନ୍ତଲା ବ୍ଲକ ସଂଯୋଜକ ହେମନ୍ତ ବେମାଲ, ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ହେମନ୍ତ ପ୍ରଧାନ, ରଂଜିତା ମିଶ୍ର, ରାମ ନାରାୟଣ ଦାଶ, କାଉନସିଲର ଜ୍ୟୋତିର୍ମୟ ନାୟକ, ପ୍ରିତମ ରଥ, ଦୀପକସେନ ଧରୁଆ, ଶେଷଦେବ ବାରିକ, ଲୋକନାଥ ସେଠ, ମୋହନ ବାଗ, ମନ ବଗର୍ତ୍ତି, ଉମେଶ ନନ୍ଦ, ଗୋପୀନାଥ ବେହେରା, ସଂଜୀତ ପାଣି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜୟାନନ୍ଦ ହାଇସ୍କୁଲ ବେଲଗାଁର ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.