centurian jitm

ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ଞାନ ବିହାର ବିଦ୍ୟାପୀଠ, ଆଦର୍ଶପଡା, ବଲାଙ୍ଗିର ଓ ସୁପ୍ରିମ୍ ଟାସ୍କ ଜେନେରାଲ ହସ୍ପିଟାଲ, ନେତ୍ର ନିକେତନ, ବଲାଙ୍ଗିରଙ୍କ ମିଳିତ ଉଦ୍ୟମରେ କଲେଜଛକ ସ୍ଥିତ ସାଇ ମନ୍ଦିରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମଟାସ୍କ ହସ୍ପିଟାଲର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଜ୍ଞାନ ବିହାର ସ୍କୁଲର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ସାହୁଙ୍କ ସହାୟତାରେ ଘରୋଇ ବିଦ୍ୟାଳୟ ସଂଘ (ପିଏସ୍‌ଏ)ର ପ୍ରେସିଡେଣ୍ଟ ତଥା ମଣ୍ଟେଶ୍ୱରୀ ସ୍କୁଲ ନିର୍ଦ୍ଦେଶକ ରବିଚନ୍ଦ୍ର ଉଦ୍‌ଗାତା ଫିତା କାଟି ଶିବିରର ଉଦ୍‌ଘାଟନ କରିଥିଲେ । ଡ. ସିଦ୍ଧେଶ୍ୱର ମିଶ୍ର, ମନୋଜକାନ୍ତ ନାଗ, ସୁରେନ୍ଦ୍ର ନାଗ ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଡା. ମାଧୁରୀ. ଭି ଥାଲମ, ଡ. ପ୍ରିୟଦର୍ଶିନୀ ନନ୍ଦ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ଓ ହସ୍ପିଟାଲ କର୍ମଚାରୀ ସିମନ ପାଲ, ରଞ୍ଜନା ବାରିକ, ପ୍ରକାଶ ବାରିକ, ବିଭୁତି ଭୂଷଣ ଭଞ୍ଜ, ଚିନ୍ମୟ ନନ୍ଦ, ଇନୋଷ ଛତ୍ରିଆ, ଆଦିତି ଓ ଜେନିମା ପ୍ରମୁଖ ଯୋଗ ଦେଇଥିଲେ । ଜ୍ଞାନ ବିହାର ସ୍କୁଲର ଛାତ୍ର ପ୍ରୀତମ ମିଶ୍ର, ଋତୁରାଜ ଷାଣ୍ଢ, ସୁମିତ ପଟେଲ, ବିକାଶ ଷାଣ୍ଢ, ଆୟୁଷ ଭଞ୍ଜ, ଆଶୁତୋଷ ଯୋଷୀ, ମନଜିତ ସାହୁ, ଆୟୁଷ ହୋତା ପ୍ରମୁଖ ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ । ଏଥିରେ ୧୦୦ରୁ ଅଧିକ ଜନସାଧାରଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୭୦ ଜଣ ରୋଗୀଙ୍କୁ ଔଷଧ ମାଗଣାରେ ବଣ୍ଟନ କରାଗଲା ଓ ୩୫ ଜଣ ରୋଗୀଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ସୁପ୍ରିମ୍‌ ଟାସ୍କ ହସ୍ପିଟାଲ ନେତ୍ର ନିକେତନକୁ ପଠାଗଲା । ଏହି ଶିବିରର ସମସ୍ତ କାର୍ଯ୍ୟକ୍ରମର ରୂପରେଖ ତଥା ପରିଚାଳନା ଦାୟିତ୍ୱ ରୂପେଶ କୁମାର ନାଗଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଶିକ୍ଷକ ନେତ୍ରାନନ୍ଦ ପଧାନ, ଲୀନା ଗୁରୁମା, ନଟରାଜ ଠାକୁର, ସାଇ ମନ୍ଦିର ଆବାହକ ଭୋଜରାଜ ସିଂହ ଧରୁଆ, କେଶବ ସୁବୁଦ୍ଧି, ବାସନ୍ତୀ ବେହେରା, ନୀଳମଣି ତ୍ରିପାଠୀ, ରମାକାନ୍ତ ବାରିକ, ସାନ୍ତନୁ ନାଗ, ହୁସେନ ନାଗ, ସୁନିଲ ସାହୁ, ବେଞ୍ଜାମିନ ନାଗ, ଦାରାସିଂହ ନନ୍ଦ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Leave A Reply

Your email address will not be published.

error: Content is protected !!