oom

ସମାପିତ ହେଲା ଓସବା ଜାତୀୟ ପ୍ରଶିକ୍ଷଣ ଶିବିର

jsmm
  • ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଦଳ ହେଲା ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଓସବା ଜାତୀୟ ପ୍ରଶିକ୍ଷଣ ଓ ଚୟନ ଶିବିରର ଆଜି ସମାପନ ହୋଇଯାଇଛି । ବରିଷ୍ଠ ବର୍ଗରେ ବ୍ୟାଡମିଣ୍ଟନ କୋଚ ସଚିନ ରାଣା, ମୂରଲୀକ୍ରିଷ୍ଣା ଓ ଜି ଗୋବର୍ଦ୍ଧନ ରେଡ୍ଡି ସପ୍ତାହବ୍ୟାପି ଶିବିରରେ ଯୋଗ ଦେଇଥିବା ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ସହ ତାଙ୍କର ଶାରୀରିକ ଦକ୍ଷତା, କୌଶଳ, ର‍୍ୟାକଂ ପଏଣ୍ଟଣ୍ଟ ଓ ପ୍ରତିଯୋଗିତାକୁ ଆଧାର କରି ରାଜ୍ୟ ଚୟନ କମିଟିଙ୍କ ଉପସ୍ଥିତିରେ ଚୟନ କମିଟି ଅଧ୍ୟକ୍ଷ କମଲ ଦାସ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ପୁନେରେ ହେବକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଥିବା ଖେଳାଳିମାନେ ପୁରୁଷ ଏକକ ବିଭାଗରେ ପାରସ ମାଥୁର, ସ୍ୱାଧିନ ଗୌଡ, ଯୁଗଳ ବିଭାଗରେ ଆୟୁଷ ପଟ୍ଟନାୟକ, ଅବିନାଶ ମହାନ୍ତି, ଅମ୍ଳାନ କେଶରୀ ଗଡନାୟକ ଓ ତନ୍ମୟ କୁମାର ସାହୁ ସେହିପରି ମିଶ୍ରିତ ଯୁଗଳ ବିଭାଗରେ ଅବିନାଶ ମହାନ୍ତି ଓ ଅନୁଜା ଦାସ ମହାପାତ୍ର, ମହିଳା ଏକକ ବିଭାଗରେ ଶୃତି ସ୍ୱାଇଁ ଓ ସ୍ୱାଗତିକା ରାଉତ, ଯୁଗଳ ବିଭାଗରେ ରୁତୁପର୍ଣ୍ଣା ପଣ୍ଡା, ସ୍ୱେତପର୍ଣ୍ଣା ପଣ୍ଡା, ଅନୁଜା ଦାସ ମହାପାତ୍ର ଓ ପୁର୍ବା ପ୍ରତ୍ୟାଶା ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି । ନାମ ଘୋଷଣା ସମୟରେ ରାଜ୍ୟ ସଂପାଦକ ନିଲୀନ କୁମାର, ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ, ଚୟନ କମିଟି ଅଧ୍ୟକ୍ଷ କମଲ ଦାସ, ଶୈଳେନ୍ଦ୍ର ଚୌଧୂରୀ, ଗୌରିଶଙ୍କର ବିଶି, ଦୀପକ ମହାନ୍ତି, ଅଜିତ ମହାନ୍ତି, ସୋମେନ ଦାସ, ଜିଲ୍ଲା ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, କୋଡିନେଟର ଦେବାଶିଷ ମିଶ୍ର, ସାଂଗଠନିକ ସଦସ୍ୟ ଅନ୍ତ ବେହେରା, ଶୁଭ୍ରାଂଶୁ ପଣ୍ଡା, ସୁରେନ୍ଦ୍ର ନେପାଲ, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ସୁଧିର ପଣ୍ଡା, ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ଜୁଲୁ ପଟ୍ଟନାୟକ ଓ ସିଦ୍ଧାର୍ଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.