
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଟଶ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଏହି ଚକ୍ଷୁ ପରୀକ୍ଷା ଶିବିରରେ ସହରର ଅନେକ ଲୋକ ଯୋଗ ଦେଇ ମାଗଣା ଚିକିତ୍ସା କରାଇଥିଲେ ।
