lika

‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ପକ୍ଷରୁ ରକ୍ତଦାନ ଶିବିର

gbag
  • କଂଟାବାଞ୍ଜିରେ ୨୫ ଦମ୍ପତି କଲେ ରକ୍ତଦାନ

ତୁରେକେଲା, (କୈଳାସ ସଗ୍ରିଆ) : କଂଟାବାଞ୍ଜି ସହରେ ନିଆରା ଢଙ୍ଗରେ ପାଳନ କରାଯାଇଛି ପ୍ରେମ ଦିବସ । କଂଟାବାଞ୍ଜି ସହରସ୍ଥିତ ହରିଭବନ ଠାରେ ‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ରୋଡ ନମ୍ବର ୩ ପକ୍ଷରୁ ରୋଡ ଏହି ଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏହି ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଶିବିରରେ ସ୍ୱାମୀ-ସ୍ତ୍ରୀ ସହ ପ୍ରେମୀ ଯୁଗଳମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ପ୍ରାୟ ୨୫ ଦମ୍ପତି ରକ୍ତଦନ କରିଥିବା ସହ ସ୍ଵେଚ୍ଛାକୃତ ଭାବେ ଯୁବକମାନେ ମଧ୍ୟ ରକ୍ତଦାନ କରିଥିଲେ । ଏମିତି କିଛି ବ୍ୟକ୍ତି ରକ୍ତ ଦେବାକୁ ଆସିଥିଲେ, ଯାହାଙ୍କ ବୟସ ୫୦ । କିନ୍ତୁ ସେମାନେ ଜୀବନରେ ପ୍ରଥମ ଥର ରକ୍ତଦାନ କରିଛନ୍ତି । କଲିକତାର ଜଣେ ଝିଅ କଣ୍ଟାବାଞ୍ଜି ନିଜର କୌଣସି କାମରେ ଆସି ହରିଭବନରେ ରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦେଖି ରକ୍ତଦାନ କରିବାକୁ ଇଚ୍ଛା କରି ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୭୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ମେଡିକାଲ ଅଫିସର ଡାକ୍ତର ଏସ.ପି.ଡି. ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ସଚିନ ମେହେର ଏବଂ ତାଙ୍କ ସ୍ତ୍ରୀ ଡାକ୍ତର ଶ୍ଵେତା ମେହେର ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

babaa
Leave A Reply

Your email address will not be published.