oom

ପଂଚାୟତସ୍ତରୀୟ ଲୋକସେବା ଶିବିର ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି ଗ୍ରାମ ପଂଚାୟତରେ ପଂଚାୟତସ୍ତରୀୟ ଲୋକସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ତହସିଲଦାର ସୁଚିତା ପୁଷ୍ପା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେର୍କେଟା, ଝରନିପାଲି ସରପଂଚ ସୁନିତା ସାହୁ, ନୁନିଆପାଲି ସରପଂଚ ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଝରନିପାଲି ସରପଂଚ ସୁନିତା ସାହୁଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳିତ ହୋଇଥିଲା । ମଂଚ ସଂଯୋଜନା କରିଥିଲେ ସରୋଜ ମହାକୁର । ୧୭୦ ଜଣ ରେଜିଷ୍ଟ୍ରିଭୁକ୍ତ ଅଭିଯୋଗକାରୀ ଓ ୪୦ ଜଣ ବିନା ରେଜିଷ୍ଟ୍ରିକାରୀଙ୍କ ଅଭିଯୋଗକୁ ଜନ ଶୁଣାଣି କରାଯାଇଥିଲା । ଭିନ୍ନକ୍ଷମ ବିକଳାଙ୍ଗ, ବିଭିନ୍ନ ଜାତିର ବିବାହିତା ପୁଅ ଝିଅଙ୍କୁ ୨ ଲକ୍ଷ ୫୦ ହଜାର ପୁରଷ୍କାର ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା । ବାଲ୍ୟ ବିବାହକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଶିବିରରେ ଭତ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଉନ୍ନୟନ, ଶିଶୁ ବିକାଶ ପ୍ରକଳ୍ପ ତଥା ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା । ଏହି ଶୁଣାଣିରେ ପିଇଓମାନେ ନିଜ ଗ୍ରାମ ପଂଚାୟତମାନଙ୍କରେ ଅନିୟମିତତା କାର୍ଯ୍ୟ ତଥା ପ୍ରତି ମାସରେ ବୈଠକ, ଉନ୍ନୟନ କାର୍ଯ୍ୟ ତୁଳାଉ ନଥିବାରୁ ବ୍ଲକ ଉପାଧ୍ୟକ୍ଷା କ୍ଷୋଭ ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।

jittmm
Leave A Reply

Your email address will not be published.