ସାଲେପାଲିରେ ମାଗଣା ସ୍ଵାସ୍ଥ୍ୟ ଶିବିର

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ବିଶିଷ୍ଟ ଧର୍ମ ପରାୟଣା ମହିଳା ସ୍ୱର୍ଗତ ନୁରା ରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ମୁମୁର୍ଷ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ବିଶେଷ କରି ଏହି ଶିବିରରେ ଅଞ୍ଚଳର ପ୍ରାୟ ୨ ଶହ ରୋଗୀ ଓ ଜନସାଧାରଣଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସ୍ୱର୍ଗତ ନୁରା ରାଓଙ୍କ ସୁପୁତ୍ର ଦୟାନିଧି ରାଓ ଓ ବାଞ୍ଛାନିଧି ରାଓଙ୍କ ଏଭଳି ମହାନତା ପାଇଁ ଅଞ୍ଚଳରେ ପ୍ରଶଂସାର ସ୍ୱଅ ଛୁଟୁଛି ।

Leave A Reply

Your email address will not be published.