om academy

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ତରଭା ବ୍ଲକ ଅତାସିଂହା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା ତଥା ସେଲ୍ଫ ଡିଫେନ୍ସ ଏକ୍ସପାର୍ଟ ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ଆଜି ଦିନରେ ଝିଅମାନଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଆତ୍ମରକ୍ଷା କୌଶଳ ଅତ୍ୟନ୍ତ ଜରୁରୀ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ ସେଲ୍ଫ ଡିଫେନ ଟ୍ରେନିଂ ସେଣ୍ଟରର ମାଷ୍ଟର ଟ୍ରେନର ଅଲଫିଜା ପରବିନ ଓ ପ୍ରିୟଙ୍କା ପଶାୟତ ଛାତ୍ରୀମାନଙ୍କୁ ଟ୍ରେନିଂ ଦେଇଥିଲେ । ଏହି ଶିବିରରେ ଷଷ୍ଠରୁ ମାଟ୍ରିକ ପର୍ଯ୍ୟନ୍ତ ସମସ୍ତ ଝିଅ ପ୍ରଶିକ୍ଷଣ ନେଉଛନ୍ତି ଏବଂ ଏହି କାର୍ଯ୍ୟକ୍ରମଟି ଆସନ୍ତା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଏହି ଶିବିରକୁ ଶିକ୍ଷୟିତ୍ରୀ ଅନିତା ମହାକୁର, ରଶ୍ମିତା ବିଶ୍ୱାଲ, କୁମୁଦିନୀ ସା, କୁନି ସାହୁ ଏବଂ ୱାଡେନ ପାଞ୍ଚାଲି ବାରିକ ସହଯୋଗ କରିଥିଲେ ।

Leave A Reply

Your email address will not be published.