ଜୁନିୟର ରେଡକ୍ରସ ପରାମର୍ଶଦାତା ଶିବିରର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମର ସମାପନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲିପ ଯୋଷୀଙ୍କର ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବରେ ପୂର୍ବତନ ରାଜ୍ୟ ଜୁନିୟର ରେଡକ୍ରସ ଅଫିସର, ଓଡିଶା ଧରମସିଂ ମିଶ୍ର, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସାଲିନି ସେଠ, ବ୍ଲକ ଉପାଧ୍ୟକ୍ଷା ନୋମିନି ସୁଧୀର ଅମାତ, ପର୍ଯ୍ୟବେକ୍ଷକ ଦିଗାମ୍ବର ନାଏକ, ନିଳମଣି ପଟେଲ, ଜୁନିୟର ରେଡକ୍ରସ ଅଫିସର ସୁବାଷ ପଟେଲ, ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଯୋଗ ଦେଇଥିଲେ । ସକାଳୁ ପ୍ରଭାତ ଫେରି ପ୍ରାର୍ଥନା, ଯୋଗାଭ୍ୟାସ ଓ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଆଟଗାଁ ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋସ୍ନା ଭୋଇ, ସାଧନକର୍ମୀ ଘନଶ୍ୟାମ ମେହେର ଓ ରବିନ୍ଦ୍ର ଠେଟୁଆଲ ଦାୟିତ୍ୱର ସହିତ କାର୍ଯ୍ୟ ତୁଳାଇଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ଚିକିତ୍ସା ବିଷୟରେ ଫାଷ୍ଟ ଏଡର ରାମ ନାରାୟଣ ଦାଶ ଓ ଅରବିନ୍ଦ କୁମ୍ଭାର, ରକ୍ଷକ ବିଷୟରେ ରାଜ୍ୟ ମାଷ୍ଟର ଟ୍ରେନର ରଶ୍ମିରାଣୀ ଦାଶ ଓ ପ୍ରଭାକର ଛନ୍ଦ ଶିକ୍ଷଣ କାର୍ଯ୍ୟ ତୁଳାଇଥିଲେ । ଦ୍ୱିତୀୟ ଅଧିବେଶନରେ ରକ୍ତଦାନ ମହାପୂଣ୍ୟ ଉପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ବ୍ଲଡ ବ୍ୟାଙ୍କ କର୍ମଚାରୀ ସେକ୍‌ ଅବଦୁଲ ଅସରଫ୍‌ ଶିକ୍ଷାଦାନ କରାଇଥିଲେ । ପର୍ଯ୍ୟବେକ୍ଷକ ଦିଗାମ୍ବର ନାଏକ ପତାକା ଉତ୍ତୋଳନ କରିଥିବା ବେଳେ ପର୍ଯ୍ୟବେକ୍ଷକ ନିଳମଣି ପଟେଲ ଧ୍ୱଜା ଅବତରଣ କରିଥିଲେ । ମାନସ ଦୋରା, ବନବାସ ବାଗ, ପୁନମ କାଲକୋ, ଝୁନିତା ଭୋଇ, ମମତା ମହାଧିକ, ଦୟାସାଗର ଛୁରା,ଚୈତନ୍ୟ ମହାନନ୍ଦ, ବିରେନ୍ଦ୍ର ଭୋଇ, ଧରଣି ରଣା, ପବିତ୍ର ମୋହନ ବୁଡେକ, ହରିପ୍ରୀୟା ଧରୁଆ, ରାଧାମାଧବ କୁଟୁଲା, ଅଭୟ କୁମାର ପ୍ରଧାନ, ସ୍ୱରାଜ ବୁଡେକ, ଆକାଶ କୁମାର ସାହୁ, ସତ୍ୟବାନ ମେହେର, ମନୋଜ କୁମାର ସାହୁ, ବିକାଶ ଭୋଇ, ଶିବ ଶଙ୍କର ସେଠ, ରାସେଶ୍ୱର ଅଗ୍ରୱାଲା, ସନାତନ ବାଗ, ଦିଲିପ କୁମାର ଯୋଷୀ, ଆଶୁତୋଷ ପଧାନ, ପ୍ରତୁଲ କୁମାର କୁଦେଇ, ଭକ୍ତଚରଣ ସେଠ, ବିଶ୍ୱଜିତ ପଟେଲ, ପ୍ରଶାନନ୍ଦ ବାଗ, ସୁଦର୍ଶନ ନାଏକ, ମଦନ କୁମାର ସୋଏ ପ୍ରମୁଖ ଶିବିରରେ ତାଲିମ ଗ୍ରହଣ କରୁଛନ୍ତି । ବିଦ୍ୟାଳୟର କ୍ଷେତେଶ୍ୱର ବିଶ୍ୱାଲ, ସୁରେନ୍ଦ୍ର ନାଏକ, ରୋହିତାଶ୍ୱର ଯୋଷୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।

Leave A Reply

Your email address will not be published.