jayashree

ତେଲିବନ୍ଧ ସ୍କୁଲରେ ହିମୋଗ୍ଲୋବିନ ପରୀକ୍ଷା ଶିବିର

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୪ଜଣ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିରରେ ନର୍ସ ସୁଜାତା ଭଞ୍ଜ, ତେଲିବନ୍ଧ ଆଶା କର୍ମୀ ମଞ୍ଜୁଲତା ଦେହୁରୀ, ଶିକ୍ଷକ ଶମ୍ଭୁ ଗିରି, ଶିକ୍ଷୟିତ୍ରୀ ସଂଜୁବାଳା ମାହାର, ନିର୍ମଳା ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.