oom

ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

jsmm

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାର ୩୦ଟି କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ତିନି ଦିବସୀୟ ଏହି ୟୁଥ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମଟି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ ସହ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ଡ଼. ସଞ୍ଜୟ କୁମାର ଶତପଥୀ । ଏହି ଅବସରରେ ସେ ତିନି ପୁରୁଷର ଗୁଣସୁତ୍ରରୁ ଆମର ସୃଷ୍ଟି, ତେଣୁ ଆମେ ତାଙ୍କ ଋଣ ସୁଝିବା ପାଇଁ ବିଭିନ୍ନ ସେବା କ୍ଷେତ୍ରରେ ଆଗଭର ହେବା ଆମର ନୈତିକତା ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କନଭେନର ସମ୍ପାଦକ ସଞ୍ଜୀବ କୁମାର ସାହୁ, ଲଡୁଗାଁ କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ଶିକ୍ଷାବିଦ ସୁଧୀର କୁମାର ପଣ୍ଡା, ଡିଗ୍ରୀ ମହାବିଦ୍ୟାଳୟ ୟୁଥ ରେଡକ୍ରସ ପରାମର୍ଶଦାତା ତଥା ଅଧ୍ୟାପକ ସୁବ୍ରତ କୁମାର ବେହେରା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚରେ ଯୋଗଦେଇ ଥିଲେ । ମାନବ ସମାଜର ମାନବିକତାକୁ ଜାଗ୍ରତ କରିବା ଅଭିଯାନ ହେଉଛି ରେଡ଼କ୍ରସର ମୂଳ ଲକ୍ଷ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଏନ୍‌ସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ରଖିଥିବା ବେଳେ ମଞ୍ଚ ପରିଚାଳନା ଅଧ୍ୟାପକ ଆଇରୀ ନାସନ ଚିନ୍ଦା କରିଥିଲେ । ଅଧ୍ୟାପକ ଜଗନ ଚନ୍ଦାନି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.