om academy

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦିଶା ଯୋଜନା ଅଧୀନରେ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ତା୦୮/୦୧/୨୦୨୩ ରିଖ ରବିବାର ଦିନ ଗୁଡଭେଲା ବ୍ଲକର ଗମ୍ଭାରୀଗୁଡାଠାରେ ଦିଶା ଯୋଜନା ଅଧୀନରେ ଏକ ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରାଧିକରଣ ସଚିବ ଶ୍ରୀ ପାତ୍ର ଉଦ୍‌ଘାଟନ କରିବା ସହିତ ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ମାଗଣା ଆଇନ ସହାୟତା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହାପରେ ଜେଏମ୍‌ପିସି ପ୍ରକାଶ କର ବିଭିନ୍ନ ଆଇନ ସମ୍ବନ୍ଧୀୟ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗିର ଧୃବଚରଣ ବେହେରା ଉପସ୍ଥିତ ବ୍ୟକ୍ତି ବିଶେଷମାନଙ୍କୁ ଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବଲାଙ୍ଗିର ନବକୃଷ୍ଣ ସାହୁ ତାଙ୍କ ବିଭାଗ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ଯୋଗାଇଥିଲେ । ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଡଭେଲା ଗୁରେଶ୍ୱର ଭୋଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ସମସ୍ତ ଜନସାଧାରଣଙ୍କୁ ସେହି ଯୋଜନା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶୃତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.