- ୧୯୪ଟି ଅଭିଯୋଗର ଫଇସଲା ପାଇଁ ନିର୍ଦ୍ଦେଶ
ଜଳେଶ୍ୱର : ଜଳେଶ୍ୱରର ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଓ ଏସ୍ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୪ ଟି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଏସ୍ପି ସୁଧାଂଶୁ ଶେଖର ମିଶ୍ର ଏହି ଶିବିରରେ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣାଣି କରିଥିଲେ । ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ସିଡିଏମ୍ଓ ଡାକ୍ତର ଦୁଲାଲ ସେନ ଜଗଦେବ, ଆରଡବ୍ଲ୍ୟୁଏସଏସ ନିର୍ବାହୀ ଅଧିକାରୀ ସମୀର ଚନ୍ଦ୍ର ଦେ, ଜଳେଶ୍ୱରର ବିଡିଓ ପୁନମ ରାଉତ, ଅତିରିକ୍ତ ବିଡିଓ ଦିବ୍ୟସିଂହ କହଁର, ତହସିଲଦାର ମିହିର ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ, ଆଇଆଇସି ରୋଜାଳୀନ ବେହେରା, ସିଏସଓ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ମାର୍କେଟିଂ ଇନ୍ସପେକ୍ଟର ସାଗରିକା ରାଉତରାୟ, ଜଳେଶ୍ୱର ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, କୃଷି ଉପ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତି, ବ୍ଲକ କୃଷି ଅଧିକାରୀ ସଞ୍ଜୟ କୁମାର ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳୀ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତା, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସ୍ୱୀକୃତି ସ୍ୱରୂପା ମିଶ୍ର, ଏଏଫ୍ଓ ମାଧୁରୀ ମୁଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ସଦର ଆଇସିଡିଏସ୍ ସୁପରଭାଇଜର ବିନିତା ମଣି ସିଂ, ଜିଲ୍ଲା ପଂଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ବ୍ଲକ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସୁଜୟ କୁମାର ଚନ୍ଦ, ଏଇଇ ବିକ୍ରମ କୁମାର ଜେନା, ସିପି ସୁଜିତ କୁମାର ଜେନା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଲାଟେନ୍ଦୁ କେଶରୀ ଜେନା ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।