lika

ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡକ୍ତର ପବିତ୍ର ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵାକ୍ଷରତା କ୍ଲବର ଛାତ୍ରଛାତ୍ରୀ ଏବଂ ସଦସ୍ୟଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ନ୍ୟାୟୀକ ଅଧିକାରୀ ଅର୍ଘ୍ୟରୂପା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୃବ ଚରଣ ବେହେରା, ସ୍କୁଲ ପ୍ରଧାନ ଶିକ୍ଷକ ରୋହିତସ୍ଵ ଜୋଶୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସମସ୍ତ ମଞ୍ଚାସୀନ ଅଧିକାରୀ ସାମ୍ବିଧାନିକ ଅଧିକାର, ମୌଳିକ ଅଧିକାରୀ ଏବଂ ଆଇନ ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ନିଶୁକ୍ଳ ସହାୟତା ନଂ. ୧୫୧୦୦ ବିଷୟରେ ଅବଗତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ ।

babaa
Leave A Reply

Your email address will not be published.