oom

ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

jsmm

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ମନୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଶେଖ୍ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୪୦ଟି ବ୍ୟକ୍ତିଗତ ଓ ୧୪ଟି ସାମୂହିକ ମୋଟ ୫୪ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା । ଶିବିରରେ ଚଟିଆଗୁଡା ଗାଁର ଭିନ୍ନକ୍ଷମ ତିଳକ ଦାଶ ବାଗଙ୍କୁ ରେଡ୍‌କ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇଥିଲା । ପରେ ପରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଘଣ୍ଟିଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଜନ ଶୁଣାଣି ଶିବିର ଉପଲକ୍ଷେ କୁସୁମଜୋର଼ ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସେହିପରି ଘଣ୍ଟିଗୁଡା ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଗାଁରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମଧ୍ୟ ୧୭ଟି ବଡ଼ ଏବଂ ୬୨ଟି ଛୋଟ ମୋଟ ୭୯ଟି ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା ।

jittmm
Leave A Reply

Your email address will not be published.