oom

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରରେ ମହାଶିବରାତ୍ରି ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହମିରପୁର ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ବାବାଙ୍କ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଛି । ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ଼ ସକାଳୁ ମଧ୍ୟରାତ୍ର ଯାଏଁ ଲାଗି ରହିଥିଲା । ଏହି ଅବସରରେ ନୀଳକଣ୍ଠେଶ୍ଵର ବାବାଙ୍କ ବିଭିନ୍ନ ନୀତିକାନ୍ତି ସହ ମହାରୁଦ୍ରାଭିଷେକ, ହୋମ ଯଜ୍ଞ ତଥା ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । ପୂଜକ ଭାବେ ଚିତ୍ତରଞ୍ଜନ ରଥ, କର୍ତ୍ତା ଭାବେ ନିରଞ୍ଜନ ସାମନ୍ତରାୟ ଓ ନିର୍ଝରିଣୀ ସାମନ୍ତରାୟ ଦାୟିତ୍ଵ ସମ୍ପାଦନ କରିଥିବା ବେଳେ ମନ୍ଦିର କମିଟିର ସଭାପତି ଆଇନଜୀବୀ ପ୍ରଭାତ କୁମାର ପରିଡ଼ା, ଜ୍ୟୋସ୍ନାରାଣୀ ରାଉତ, ପଦ୍ମାବତୀ ବେହେରା, କୈଳାଶ ଚନ୍ଦ୍ର ପାତ୍ର, ପ୍ରିୟବ୍ରତ ମହାରଣା, ଧର୍ମେନ୍ଦ୍ର ଦାଶ, ଗଙ୍ଗାଧର ଦାଶ, ପ୍ରମୋଦ କୁମାର ଦାଶ, ଶରତଚନ୍ଦ୍ର ପଣ୍ଡା, ଅଶୋକ କୁମାର ସାହୁ, ଜାପାନୀ ପାତ୍ର, କାଦମ୍ବିନୀ ସାମଲ, ସୁଶ୍ରୀ ସାଧନା ଦଳବେହେରା, ଏସ୍ ରାଜୁ, ବୁନୁ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ରାତିରେ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରଦ୍ଧାଳୁ ମାନେ ଦୀପ ଜାଳି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ଶେଷରେ ମଧ୍ୟରାତ୍ରିରେ ମହାଦୀପ ଉଠିବା ସମୟରେ ଶଙ୍ଖ, ହୁଳହୁଳି, ହର ହର ମହାଦେବ ନାଦରେ ମନ୍ଦିର ପ୍ରକମ୍ପିତ ହୋଇଥିଲା । ଶେଷରେ ଭକ୍ତମାନଙ୍କ ମଧ୍ୟରେ ମନ୍ଦିର ତରଫରୁ ପ୍ରସାଦ ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.