ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରସ୍ତାବ କ୍ରମେ ଶିବରାତ୍ରି ମେଳାରେ ଦୋକାନର ଭଡ଼ାକୁ ୧୦ ପ୍ରତିଶତ ହ୍ରାସ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ ଟିଟିଲାଗଡ଼ର ପ୍ରସିଦ୍ଧ ମହାଶିବରାତ୍ରି । ଦୋକାନୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାଶିବରାତ୍ରି ମେଳାରେ ଦୋକାନୀଙ୍କୁ ବଡ ଉପହାର ଦେଲେ ବିଧାୟକ ନବୀନ ଜୈନ । ବିଧାୟକ ଶ୍ରୀ ଜୈନଙ୍କ ପ୍ରସ୍ତାବକୁ ଗ୍ରହଣ କରିଲା ଆୟୋଜକ କମିଟି ଧବଳେଶ୍ଵର ଟ୍ରଷ୍ଟ । ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ବୈଠକରେ ମେଳାକୁ ଆସୁଥିବା ଦୋକାନୀମାନେ ଦୋକାନ ଖୋଲିବା ପାଇଁ ଯେତିକି ଦର ଧାର୍ଯ୍ୟ କରାଯାଇଥିଲା ସେହି ଦୋକାନ ଭଡ଼ାର ୧୦% ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଟ୍ରଷ୍ଟ ଏବଂ କମିଟି ପକ୍ଷରୁ ଗ୍ରହଣ କରିଛନ୍ତି । ତା’ସହ ଚଳିତ ବର୍ଷ ନୂତନ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.