oom

ପାଲିଆ ଛତ୍ରପୁର ଗ୍ରାମରେ ଦିନିକିଆ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ଓ ବ୍ରହ୍ମପୁର ବିଜୁ ପଟ୍ଟନାକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ପାଲିଆ-ଛତ୍ରପୁର ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ପର୍ଯ୍ୟାୟରେ ଏକ ସ୍ଵାସ୍ଥ୍ୟ ସଚେତନତା ଶୋଭାଯାତ୍ରା ପାଲିଆ-ଛତ୍ରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଟିବି ହାରିବ ଦେଶ ଜିତିବ ନାମରେ ସ୍ଲୋଗାନ ଦେଇ ଏକ ରାଲି ବାହାରି ଗ୍ରାମ ପରିକ୍ରମଣ କରିଥିଲା । ପରେ ଶିବିର ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଉତ୍ତମ ପ୍ରକାର ସ୍ୱାସ୍ଥ୍ୟ ସେବା ପାଇବା ସହିତ ୧୪୦ ଜଣ ଚିକିତ୍ସିତ ହୋଇଥିଲେ ଓ ଉପସ୍ଥିତ ରୋଗୀ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଔଷଧ ମଗଣାରେ ବିତରଣ କରାଯାଇଥିଲା । ଆୟୋଜିତ ଶିବିରରେ ଡ଼ାକ୍ତର ଶ୍ୟାସୁନ୍ଦର ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ମେଡିକାଲ କଲେଜ୍‌ର ସମସ୍ତ ଟିମ୍ ଡ଼ାକ୍ତର ମିତେଶ ମିଶ୍ର, ଡାକ୍ତର ଶ୍ୱେତା ମହାନ୍ତି, ଡାକ୍ତର ଶ୍ରୀତମ ଉପାଧ୍ୟାୟ, ଡାକ୍ତର ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ଡାକ୍ତର ଦେବବିହାରୀ ପାଣିଗ୍ରାହୀ, ଡ଼ାକ୍ତର ଲକ୍ଷ୍ମୀପ୍ରିୟା ସେଠୀ, ଡାକ୍ତର ୱାଇ. ଲକ୍ଷ୍ମୀ, ନୀଳମାଧବ, ସମାହିତା ପଣ୍ଡାଙ୍କ ସହିତ ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ରେଖା ମହାନ୍ତି, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ରୋଟାରୀ କ୍ଲବ ସଭାପତି ବିମଳ ପ୍ରସାଦ ସାହୁ, ରୋଟାରୀ ସମ୍ପାଦକ ଦ୍ୱାରିକା ପଟ୍ଟନାୟକ, ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍. କୋର୍ଟର କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ସମାଜସେବୀ ଗୁପ୍ତ ବେହେରା କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.