ସୁଭଦ୍ରା ରଥର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ବିଭୁତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଓଡିଶାଙ୍କ କରକମଳରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୬ଟି ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି । ଏହି ସୁଭଦ୍ରା ରଥ ରାୟଗଡା ଜିଲ୍ଲାର ୧୧ଟି ବ୍ଲକର ପ୍ରତି ପଂଚାୟତ, ପ୍ରତିଗାଁରେ ପ୍ରତି ସାହିରେ ବୁଲି ସୁଭଦ୍ରା ଯୋଜନା ବିଷୟରେ ପ୍ରଚାର କରାଇବେ । ଚଳିତ ମାସ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ ମନ୍ତ୍ରୀ । କେବଳ ସେତିକି ନୁହେଁ ପୂର୍ବ ସରକାର ଯେଉଁ ଯୋଜନା ପ୍ରଣୟନ କରିଥିଲେ ସେସବୁ ଯୋଜନା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରିଥିଲେ । ଆଉ ସେହି ସବୁ ଯୋଜନା ଅଧା ବାଟରେ ବାଟମାରଣା ହୋଇଯାଉଥିଲା । ପ୍ରକୃତ ଲୋକଙ୍କ ନିକଟରେ ପହଂଚି ପାରୁନଥିଲା । କିନ୍ତୁ ଆମ ମୋହନ ମାଝୀ ସରକାରରେ ଏହି ସବୁ ଚଳିବ ନାହିଁ । ମହିଳାମାନେ ହେଉଛନ୍ତି ଘରର ଲକ୍ଷ୍ମୀ । ସିଏ ଆଗକୁ ବଢିଲେ ଆମ ରାଜ୍ୟର ଓ ଦେଶର ଉନ୍ନତି ହେବ । ୨୧ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ଯେଉଁ ମହିଳା ଯେବେ ନିଜ ନାମ ପଞ୍ଜିକରଣ କରିବେ ସେ ଏହି ଯୋଜନାର ଲାଭ ପାଇପାରିବେ । ଚଳିତ ମାସ ୧୭ ତାରିଖ ଶେଷ ଦିନ ନୁହେଁ । ତେଣୁ ଅଯଥା ଗହଳି ସୁରୁଖୁରୁରେ ଏହି ଯୋଜନାର ଲାଭ ନିଅନ୍ତୁ ବୋଲି କହିଥିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପତ୍ଵଆରୀଙ୍କ ସହିତ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.