ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ‘ଜାତୀୟ କୃମିନାଶକ କାର୍ଯ୍ୟକ୍ରମ’ ଭବାନୀପାଟଣା ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣିଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିପିଏଚ୍‌ଓ ଡା. ନିହାରେନ୍ଦ୍ର ପଣ୍ଡା, ଡିଆଇପିଆର୍‌ଓ ମନୋଜ କୁମାର ବେହେରା, ଡିପିଏମ୍‌ (ଏନ୍ଏଚ୍‌ଏମ୍‌) ଭବାନୀ ଶଙ୍କର ସାହୁ, ଡିପିଏଚ୍‌ସିଓ ଶ୍ରୀମତୀ ଭାରତୀ ବ୍ରହ୍ମା ଏବଂ ବିଦ୍ୟାଳୟ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ବର୍ଷକୁ ଦୁଇଥର ହେଉଥିବା ଏହି କୃମିନାଶକ କାର୍ଯ୍ୟକ୍ରମଟି ଜିଲ୍ଲାର ସମସ୍ତ ବ୍ଲକରେ ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୭ ତାରିଖରେ ସମାପ୍ତ ହେବ । ଏହି ସମୟ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଚିକିତ୍ସାଳୟ ଯଥା ସିଏଚ୍‌ସି, ପିଏଚ୍‌ସି, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ୧ରୁ ୧୯ ବର୍ଷର ପ୍ରତ୍ୟେକ ଶିଶୁ, କିଶୋର ଏବଂ କିଶୋରୀ ବାଳକ, ବାଳିକା ତଥା ଗର୍ଭବତୀ ମା’ ମାନଙ୍କୁ ଆଲବେଣ୍ଡାଯୋଲ୍ ବଟିକା ଖୁଆଇ କୃମିନାଶକ ପାଇଁ ସହଯୋଗ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏସ୍‌ଟିଏଚ୍‌ ପାରାସାଇଟ ନାମକ ପରଜୀବୀ ଯାହାକି ଶିଶୁ, କିଶୋର ଏବଂ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନରେ ବାଧକ ସାଜୁଛି ଏବଂ କୃମିକୁ ପେଟରୁ ସମ୍ପୂର୍ଣ୍ଣ ରୂପେ ନାଶ କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟପାଇଁ ଏହି ବଟିକା ଖାଇବା । ବକ୍ତାମାନେ ନିଜ ବକ୍ତବ୍ୟରେ ପିତା, ମାତା ନିଜ ନିଜ ଶିଶୁମାନଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଏହି ବଟିକା ନିଶ୍ଚୟ ଖୁଆଇବା, ହାତ ଧୋଇବା ଓ ପାଦରେ ଚପଲ କିମ୍ବା ଜୋତା ପିନ୍ଧିବାକୁ ଗୁରୁତ୍ୱ ଦେଇଥିଲେ । ଏହି ଜାତୀୟ କୃମିନାଶକ ଦିବସର ଉଦ୍ଦେଶ୍ୟ ସାଧିତ ହେବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଲ୍‌ବେଣ୍ଡାଯୋଲ ଖୁଆଯାଇଥିଲା ।

Leave A Reply

Your email address will not be published.