ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ପତଞ୍ଜଳୀ ହରିଦ୍ଵାର ଯୋଗପୀଠ ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳୀ ଯୋଗ ପରିବାର ଆନୁକୁଲ୍ୟରେ ରାଉରକେଲା ଷ୍ଟିଲ ଟାଉନ୍ସିପ ଅଞ୍ଚର ସେକ୍ଟର -୧୯ ଶାରଳା ମନ୍ଦିର ପରିସରରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସହ ରାଜ୍ୟ ପ୍ରଭାରୀ ଅକୃର ମାର୍ଥା ଦୀପ ପ୍ରଜ୍ଜ୍ୱଳନ କରି ବୈଦିକ ରୀତି ପୂର୍ବକ ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ପ୍ରାରମ୍ଭିକ ମାର୍ଗଦର୍ଶନରେ ଯୋଗ, ପଞ୍ଚ ଯଜ୍ଞ, ଧ୍ୟାନ, ନୀରୋଗ ଜୀବନର ଉତ୍ତମ ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରିଥିଲେ । ଶାରିରୀକ ସୁସ୍ଥତା, ମାନସିକ ସ୍ଥିରତା, ଆତ୍ମାର ଉର୍ନ୍ନତି, ଯୋଗ ସାଧନା ଦ୍ୱାରା ସମ୍ଭବ ହୋଇଥାଏ । ଏଣୁ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଆବଶ୍ୟକ । ଆଜିର ଏହି ପ୍ରଶିକ୍ଷଣରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନୀ ସ୍ୱାଇଁ, ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାସ ଓ ଜିଲ୍ଲା ମହିଳା ସୋସିଆଲ୍‌ ମିଡ଼ିଆ ପ୍ରଭାରୀ ଆରତୀ କରଦାଶଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷ ବିଷ୍ଣୁ ପ୍ରିୟା ଦାସ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି ଓ ଏହି କେନ୍ଦ୍ରର ବରିଷ୍ଠ ମୁଖ୍ୟ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସା ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣରେ ଥିଓରୀ ଓ ପ୍ରାକ୍ଟିକାଲ ଜ୍ଞାନ ପ୍ରଦାନ କରାଯାଏ । ଏହି ପ୍ରଶିକ୍ଷଣ ବର୍ଗରେ ପ୍ରାୟ ୫୦ ଭାଇ ଓ ଭଉଣୀମାନେ ପ୍ରଶିକ୍ଷଣ ପାଇଁ ପଞ୍ଜିକରଣ କରି ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.