ବଲାଙ୍ଗିର ଜିଲ୍ଲାରେ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥରେ ନିୟୋଜିତ କର୍ମଚାରୀମାନେ ବିଭିନ୍ନ ବ୍ଲକ ଅଞ୍ଚଳକୁ ଯାଇ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ଖାଉଟି ମାନକୁ ସଚେତନ କରିବେ । ଚାଉଳକୁ କିପରି ଫର୍ଟିଫାଏଡ କରାଯାଏ, ଫର୍ଟିଫାଏଡ ଚାଉଳ ଖାଇବାର ଉପାଦେୟତା, ଫର୍ଟିଫାଏଡ ଚାଉଳ କିପରି ରନ୍ଧନ କରାଯାଏ, ଫର୍ଟିଫାଏଡ ଚାଉଳ କେଉଁଠି ମିଳେ, ଫର୍ଟିଫାଏଡ ଚାଉଳ ସମ୍ବନ୍ଧରେ କିଛି ଭ୍ରାନ୍ତି ଏବଂ ତଥ୍ୟ ଇତ୍ୟାଦି ସମ୍ପର୍କରେ ସେମାନେ ସଚେତନ କରିବେ । ଆଜିର ଏହି ଶୁଭାରମ୍ଭ କାର୍ୟ୍ୟକ୍ରମ ରେ ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!