ତୁରେକେଲା, (କୈଳାସ ସଗ୍ରିଆ) : ସାରା ରାଜ୍ୟରେ ଚାଲ ଆମେ ସ୍କୁଲ ଯିମା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅବସରରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଗତକାଲି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ତୁରେକେଲା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଦେବାଶିଷ ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୁଖ୍ୟ ଅତିଥି, ଶ୍ରୀମତୀ ମାଧୁରୀ ହୋତା, ଶିଶୁ ପ୍ରକଳ୍ପ ଅଧିକାରୀ, ଫକୀର ଚରଣ ବିଶି, ଏବିଇଓ, ଚନ୍ଦ୍ରଭାନୁ ବେହେରା, ଏବିଇଓ, ଜଳନ୍ଧର ମହାକୁଡ, ସରପଞ୍ଚ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ସଭାରେ ଉପସ୍ଥିତ ସମସ୍ତ ଅତିଥି ପୂର୍ଣ୍ଣ ଉପସ୍ଥାନ ସହିତ ୬ ବର୍ଷରୁ ବିଦ୍ୟାଳୟରେ ଯେପରି ସମସ୍ତ ପୁଅ ଝିଅ ନାମ ଲେଖାଇବେ ସେଥିପ୍ରତି ଧ୍ୟାନ ଦେବାକୁ ମତ ଦେଇଥିଲେ । ସଭା ପରେ ଅତିଥିମାନେ ସବୁଜ ପତାକା ଦେଖାଇବା ପରେ ଶିକ୍ଷା ସଚେତନତା ରଥଟି ଗଡିବା ଆରମ୍ଭ କରିଥିଲା । ତୁରେକେଲା ଗ୍ରାମ ପରିକ୍ରମା କଲା ପରେ ବକବାହାଲ ଗ୍ରାମକୁ ଯାଇଥିଲା । ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ରଥକୁ ସ୍ୱାଗତ କରାଯାଇଥିଲା । ତା’ପରେ ରଥଟି କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଗ୍ରାମକୁ ଯାଇଥିଲା । ଗ୍ରାମରେ ରଥକୁ ବନ୍ଦାପନା କରିବା ସହିତ ସଂକୀର୍ତ୍ତନ୍ୟ ଦଳ ମହାସମାରୋହରେ ସ୍ୱାଗତ କରିଥିଲେ । ପଖନମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସରପଞ୍ଚ ଶ୍ରୀମତୀ ବିନୋଦିନୀ ନାଗ, ସମିତି ସଭ୍ୟା ରଜନୀ ତାଣ୍ଡି, ସିଆରସିସି ଧନସିଂ ମାଝୀ ଉପସ୍ଥିତ ଥିଲେ । ତା’ପରେ କୁଇବାହାଲ ଗ୍ରାମର ଉଚ୍ଚ ବିଦ୍ୟଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଗୁରୁପ୍ରସାଦ ଛତ୍ରିଆ, ସୁନିଲ ସାହୁ, ପ୍ରକାଶ ସେଲମା, ରମେଶ ସୁନା, ଶିକ୍ଷୟିତ୍ରୀ କୁନି ମହାଣା, ଅଜିତ ବାରିକ, ବିଜୁଦାସ ମହାନନ୍ଦ, ସୂର୍ଯ୍ୟକାନ୍ତ ରଣା, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ମନୋଜ ତାଣ୍ଡି, ଚନ୍ଦ୍ରାବତି ଦେଇ, ମଣି ମାଝୀ, ରଜନୀ ରାଉତ, ବିନୋଦ ବଉକ, କୃଷ୍ଣଚନ୍ଦ୍ର ରଣା, ନିରୋଦ ଭୁଏ, ଶରତ ମାଝୀ, କୁଳଧର ଚନ୍ଦନ, ଲକ୍ଷ୍ମୀ ମାଝୀ, ଶ୍ୟାମ ସୁନ୍ଦର ପାତ୍ର ତଥା ଗ୍ରାମବାସୀ ସହଯୋଗ କରିଥିଲେ ।