ls

ମାର୍ବଲ ଅନଲୋଡ୍ ସମୟରେ ଶ୍ରମିକ ମୃତ

sb

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-ବୁଟୁପାଲି ରାସ୍ତାରେ ଥିବା ଗୋଦାମରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜନପାଲି ପୋଲ ନିକଟରେ ଥିବା ଗୋଟିଏ ଗୋଦାମ ନିକଟରେ ଏକ ଟ୍ରକରୁ ମାଲ୍ ଅନଲୋଡ୍ କରୁଥିବା ବେଳେ ମାର୍ବଲ ତଳେ ଚାପି ହୋଇ ଦୁଇଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ବୌଦ୍ଧ ଦମକଳ ବାହିନୀ ଉଭୟଙ୍କ ଶବ ଉଦ୍ଧାର କରିଥିଲେ । ମୃତ ଶ୍ରମିକ ଦ୍ୱୟଙ୍କ ମଧ୍ୟରୁ ଜଣେ ବୌଦ୍ଧ ସହର ବାପୁଜୀ ନଗରର ବାସିନ୍ଦା ପଞ୍ଚାନନ ନାଏକ ଓ ଅନ୍ୟଜଣେ ଆଠମଲ୍ଲିକ ବ୍ଲକ୍ ମହେନ୍ଦ୍ରପୁର୍ ଗ୍ରାମର ବିଶ୍ୱାମିତ୍ର ଦେହୁରୀ ବୋଲି ଜଣାପଡିଛି ।

pc pk
Leave A Reply

Your email address will not be published.